ମୁମ୍ବାଇ, ୩୧/୧୨: ହିଟ୍ମ୍ୟାନ୍ ରୋହିତ୍ ଶର୍ମାଙ୍କ ଘରେ ଏବେ ଖୁସିର ମାହୋଲ । ନୂଆବର୍ଷର ଦିନକ ପୂର୍ବରୁ ତାଙ୍କ ଘରକୁ ଆସିଛନ୍ତି କୁନି ଲକ୍ଷ୍ମୀ । ପନିୀ ରୀତିକା ରବିବାର ଦେଇଛନ୍ତି କନ୍ୟା ସନ୍ତାନଙ୍କୁ ଜନ୍ମ । ଏହି ଖୁସିରେ ଅଧିର ହୋଇ ରୋହିତ୍ ପନିୀ ଓ କନ୍ୟାଙ୍କ ପାଖରେ ରହିବା ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳାର ଅଧାରୁ ଭାରତ ଫେରିଆସିଛନ୍ତିି । ତୃତୀୟ ଟେଷ୍ଟ ବିଜୟର ଖୁସି ମନାଇ ତୁରନ୍ତ ବିମାନ ଧରିଥିବା ରୋହିତ୍ ଅଧବାଟରେ ହିଁ ଝିଅ ଜନ୍ମ ହୋଇଥିବାର ଖୁବର ପାଇଥିଲେ । ତେବେ ସେ ଚତୁର୍ଥ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।