ପିଲାଦିନର ସାଥୀଙ୍କୁ ବିବାହ କଲେ ହାର୍ଦ୍ଦିକ ପଟେଲ

0

ଅହମଦାବାଦ,୨୭ /୧: ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛି। ହାର୍ଦ୍ଦିକ ପଟେଲ ତାଙ୍କ ପିଲାଦିନର ସାଥୀ କିଂଜଲ ପାରିଖଙ୍କୁ ବିବାହ କରିଛନ୍ତି। ରବିବାର ଗୁଜରାଟର ସୁରେନ୍ଦ୍ରନଗର ଠାରେ ପାଖାପାଖି ୧୦୦ ଜଣ ସର୍ମ୍ପକୀୟଙ୍କ ଉପସ୍ଥିତିରେ ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ।

ବେଶ ନିରାଡମ୍ବର ଭାବେ ହାର୍ଦ୍ଦିକ ବିବାହ ସମ୍ପନ୍ନ ହୋଇଛି। ବିନା ବ୍ୟାଣ୍ଡ ବାଜା ଓ ଆତସବାଜିରେ ହାର୍ଦ୍ଦିକ ବରବେଶରେ କନ୍ୟା ଘରେ ପହଞ୍ଚିଥିଲେ । ହାର୍ଦ୍ଦିକ ଧଳା ସେରୱାନିରେ ପରିଧାନ କରିଥିବା ବେଳେ କିଂଜଲ ମଧ୍ୟ ଲାଲ ଓ ସବୁଜ ରଙ୍ଗର ଲେହେଙ୍ଗାରେ ଝଲସୁଥିଲେ।

ତେବେ କିଂଜଲ ପାରିଖ ଓ ହାର୍ଦ୍ଦିକ ପଟେଲ ପରସ୍ପରକୁ ପିଲା ଦିନରୁ ଜାଣିଥିଲେ। ତେବେ ଉଭୟଙ୍କ ସମ୍ପର୍କ ବିଷୟରେ ପରିବାର ଲୋକେ ୩ ବର୍ଷ ପୂର୍ବରୁ ଜାଣିଥିଲେ । ଆଉ ଯେତେବେଳେ ହାର୍ଦ୍ଦିକ ଜେଲରେ ଥିଲେ ସେତେବେଳେ ପରିବାର ଲୋଙ୍କ ଉଭୟଙ୍କ ନିର୍ବନ୍ଧ କରିବାକୁ ଘୋଷଣା କରିଥିଲେ । ହାର୍ଦ୍ଦିକଙ୍କ ପତ୍ନୀ କିଂଜଲ ବିଏ ଓ ଏମଏ ଶିକ୍ଷା ସମାପ୍ତ କରିଥିବା ବେଳେ ଏବେ ଏଲଏଲବି ପାଠ ପଢୁଛନ୍ତି ।

Leave A Reply

Your email address will not be published.