ପ୍ରସ୍ତୁତି ସାମଗ୍ରୀ : ଲମ୍ବା ଭାବରେ କଟା ଯାଇଥିବା ୨ କପ୍ ଛତୁ, ଏକ କପ୍ ସବୁଜ ମଟର ମଞ୍ଜି, ୧ କପ୍ ବଡ଼ ବଡ଼ କଟା ହୋଇଥିବା ଟମାଟୋ, ୨ ବଡ଼ ଚାମଚ ଲେଖାଏଁ କସ୍ତୁରି ମେଥି କିମ୍ବା କଞ୍ଚା ମେଥିପତ୍ର, ତେଲ, ଲୁଣ ଓ ଧନିଆ, ୧ ଛୋଟ ଚାମଚ ଅଦା ଛେଚା, ଜିରା ଓ ଗୁଣ୍ଡ ଲଙ୍କା, ଅଧା ଛୋଟ ଚାମଚ ଲେମ୍ବୁରସ, ୧ଟି ଚୁନା ଚୁନା କଟା ହୋଇଥିବା କଞ୍ଚାଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପ୍ୟାନ୍ରେ ତେଲ ଗରମ କରି ଜିରା ଫୁଟା;ୁ । ଜିରା ଫୁଟିଲା ପରେ ହଳଦିଗୁଣ୍ଡ ପକା;ୁ । ସେଥିରେ ଟମାଟୋ, ଅଦା, ଲୁଣ, ଗୁଣ୍ଡଧନିଆ ଓ ଗୁଣ୍ଡଲଙ୍କା ମିଶେଇ ଟମାଟୋଗୁଡ଼ିକୁ ନରମ ହେବା ପର୍ଯ୍ୟନ୍ତ ରାନ୍ଧ;ୁ । ତା’ପରେ ସେଥିରେ ଛତୁ ଓ ମଟର ମିଶା;ୁ । ଟିକେ ପାଣି ଦିଅ;ୁ । ପାଣି ଫୁଟି ଆସିଲେ ଆଞ୍ଚ ଟିକେ କମେଧ ଦିଅ;ୁ । ଛତୁ ସିଝିଗଲେ ମେଥିପତ୍ର ମିଶା;ୁ । ୨-୩ ମିନିଟ୍ ରାନ୍ଧି ଗ୍ୟାସ୍ ବନ୍ଦ କରିଦିଅ;ୁ । ବର୍ତ୍ତମାନ ଏଥିରେ ଲେମ୍ବୁରସ ଓ କଟା କଞ୍ଚାଲଙ୍କା ପକେଇ ପରଷ;ୁ ।
Prev Post
Next Post