ମୁମ୍ୱାଇ,୮/୩: ରିଲିୟାନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ୱାନୀଙ୍କ ପୁଅ ଆକାଶ ଅମ୍ୱାନୀଙ୍କର ମାର୍ଚ୍ଚ ୦୯ ତାରିଖରେ ବିବାହ ହେବାକୁ ଯାଉଛି । ଏହି ଅବସରରେ ମୁକେଶ ଅମ୍ୱାନୀ ମୁମ୍ୱାଇର ପୁଲିସକର୍ମୀଙ୍କ ସହିତ ନିଜର ଖୁସିକୁ ନିଆରା ଢଙ୍ଗରେ ମନାଇଛନ୍ତି ।
ରିଲିଆନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ୱାନୀ ନିଜ ପୁଅର ବାହାଘର ମୌକାରେ ମୁମ୍ୱାଇର ୫୦,୦୦୦ ପୁଲିସକର୍ମୀଙ୍କ ପାଖକୁ ମିଠା ପଠାଇ ନିଜ ଖୁସିକୁ ବାଣ୍ଟିଛନ୍ତି । ଏହା ସହିତ ଅମ୍ୱାନୀ ପରିବାର ପାଇଁ ଆଶ୍ରୀବାଦ ଓ ଶୁଭେଚ୍ଛା ଭିକ୍ଷା କରିଛନ୍ତି ମୁକେଶ୍ ।