ଖୋର୍ଧା,୧୧/୩ : ଖୋର୍ଧା ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଜ୍ୟୋତିରାଦିତ୍ୟ ମିତ୍ର (ଜିତୁ ମିତ୍ର) ଆଜି ତାଙ୍କର ପୁରୁଣା ଦଳକୁ ଫେରି ଆସିଛନ୍ତି । ସେ ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ଗତ ୨୦୧୪ ନିର୍ବାଚନରେ ଭାରତୀ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ ଜିତୁ ମିତ୍ର । ତାଙ୍କୁ ବିଜେଡି ଟିକେଟ ନଦେବାରୁ ସେ ବିଜେପିରେ ଯୋଗଦେଇ ଖୋର୍ଧା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ତାଙ୍କ ଶିଷ୍ୟ ଓରଫ ବିଜେଡି ନେତା ରାଜେନ୍ଦ୍ର କୁମାର ସାହୁଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପାରଜିତ ହୋଇଥିଲେ । ଏହାପରେ ସେ ବିଗତ ଦିନ ମାନଙ୍କରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରୁଥିଲେ । ତେବେ ଆଜି ସେ ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଛନ୍ତି ।