ପୁଣି ସୁପ୍ରିମକୋର୍ଟରେ ରାଫେଲ ଚୁକ୍ତି ପ୍ରସଙ୍ଗ

0

ନୂଆଦିଲ୍ଲୀ, ୨/୧ : ରାଫେଲ ଚୁକ୍ତି ମାମଲାରେ ବୁଧବାର ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ଏବଂ ଅରୁଣ ଶୌରୀ ସୁପ୍ରିମକୋର୍ଟରେ ଏହି ଯାଚିକା ଦାଖଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିନା ହସ୍ତାକ୍ଷରରେ ରାଫେଲ ମାମଲାର ନିଷ୍ପତ୍ତି ନିଆଯାଇଥିବା ଏବଂ ଭୁଲ ତଥ୍ୟ ଉପରେ ଆଧାରିତ ନୋଟ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ କରି ଏହି ଯାଚିକା ଦାଖଲ କରାଯାଇଛି ।
ଡିସେମ୍ବର ୧୪ରେ ରାଫେଲକୁ ନେଇ ଆସିଥିବା ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଯଶବନ୍ତ ସିହ୍ନା ଏବଂ ଅରୁଣ ଶୌରୀ ଅତ୍ୟନ୍ତ ଦୁଖଃ ଦାୟକ ବୋଲି କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ, ସୁପ୍ରିମ କୋର୍ଟ ରାଫେଲ ଚୁକ୍ତିରେ ସରକାରଙ୍କୁ କ୍ଲିନ ଚିଟ୍‌ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ୩୬ ରାଫେଲ ବିମାନ ଚୁକ୍ତିକୁ ନେଇ ଫ୍ରାନ୍ସ ସହ ହୋଇଥିବା ଚୁକ୍ତିର ଯାଞ୍ଚ ଅଦାଲତ ନଜରରେ କରିବା ଯାଚିକା ଖାରଜ କରି ଦେଇଥିଲେ । ଯାଚିକାର ଶୁଣାଣି କରି ନ୍ୟାୟାଳୟ କହିଥିଲା କି, ଚୁକ୍ତିରେ କୌଣସି ଭୁଲ୍‌ ନାହିଁ । ୩୬ ବିମାନ କ୍ରୟ ପ୍ରକ୍ରିୟାରେ କନ୍ଦ୍ରେକୁ ପ୍ରଶ୍ନ କରିବା ଠିକ୍‌ ନୁହେଁ । ଅନ୍ୟ ପକ୍ଷରେ ବିମାନର କ୍ଷମତାରେ କୌଣସି କମି ନାହିଁ । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠରେ ଏହିାର ଶୁଣାଣି ହୋଇଥିଲା ।

Leave A Reply

Your email address will not be published.