ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କୁମ୍ବଲେ

0

ଭୁବନେଶ୍ୱର, ୭/୧୨: ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଶୁକ୍ରବାର ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରଠାରେ କୁମ୍ବଲେ ଓ ତାଙ୍କ ପନିୀଙ୍କୁ ସ୍ୱାଗତ କରାଯାଇଛି । କୁମ୍ବଲେଙ୍କ ଝିଅ ଜନ୍ମଦିନ ପାଇଁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା କହିଛନ୍ତି । ମଙ୍ଗଳ ଆଳତି କରିବା ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି କୁମ୍ବଲେ । ଅନୀଲ କୁମ୍ବଲେ ଓ ତାଙ୍କ ପନିୀ ସକାଳ ୫ଟାରେ ପୁରୀରେ ପହଞ୍ଚିଥିଲେ । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଅନୀଲଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲେ ହେଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା । ଅତି ସାଧାରଣ ଭାବେ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.