ସିମଲା,୧୮/୨: ପୁଲଓ୍ଵାମା ଆତଙ୍କୀ ହମଲା ଉପରେ କେନ୍ଦ୍ର ମନ୍ତ୍ରୀ ତଥା ଅବସର ପ୍ରାପ୍ତ ଜେନେରାଲ ଭିକେ ସିଂହ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଏବେ ଯେଉଁ ରଣନୀତି ପ୍ରସ୍ତୁତ କରାଯିବ ତାହାର ପ୍ରଭାବ ବହୁତ ବଡ଼ ହେବ। ପୂର୍ବତନ ସେନା ପ୍ରମୁଖ କହିଛନ୍ତି ଯେ, ପୁଲଓ୍ଵାମା ହମଲାର ଦୋଷୀଙ୍କୁ ସଜା ମିଳିବ। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚିତ୍ ସ୍ଥାନ ଓ ଉଚିତ୍ ସମୟ ଆମେ ସ୍ଥିର କରିବୁ। ଜେନେରାଲ ଭିକେ ସିଂହ ଜି ମିଡିଆ ସହ ଏକ୍ସକ୍ୟୁସିଭ ଆଲୋଚନା ବେଳେ କହିଛନ୍ତି ଯେ, ଏହି ଘଟଣା ପରେ ବିରୋଧୀ ଦଳ ଭୁଲ କାଢିବା ପ୍ରୟାସରେ ଜୁଟିଛନ୍ତି। ବିରୋଧୀଙ୍କୁ ଶାନ୍ତି ସହିତ ସୈନିକ ଓ କେନ୍ଦ୍ର ସରକାରଙ୍କ ସହିତ ରହିବା।
ଭିକେ ସିଂହ କହିଛନ୍ତି ଯେ, ଦେଶରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ଆମ ସ୍ଵାଧୀନତାର ଦୁରୁପଯୋଗ କରୁଛନ୍ତି ଏବଂ ବ୍ୟକ୍ତିଗତ ରାଜନୀତି ଫାଇଦା ପାଇଁ ଦେଶକୁ ବାଣ୍ଟିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଦୁନିଆର କୌଣସି ଦେଶରେ କୌଣସି ବି ବ୍ୟକ୍ତି ନିଜ ଦେଶକୁ ଗାଳି ଦିଅନ୍ତି ନାହିଁ। ମାତ୍ର ଭାରତରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ଦେଶକୁ ଗାଳି ଦିଅନ୍ତି। ତେଣୁ ଏବେ ସମୟ ଆସିଛି ଯେ, ଏମିତି ଲୋକଙ୍କ ଉପରେ ଲଗାମ ଲଗାଯାଉ।
ଏହା ପୂର୍ବରୁ ପୁଲଓ୍ଵାମା ଆତଙ୍କୀ ହମଲା ପରେ ଫେବୃଆରୀ ୧୫ରେ ଭିକେ ସିଂହ କହିଥିଲେ ଯେ, କ୍ରୋଧ ଏବେ ସମସ୍ତ ମନରେ ରହିଛି, ମୋ ମନରେ ବି ରହିଛି। ମାତ୍ର କ୍ରୋଧରେ ସବୁ କାମ ହୁଏ ନାହିଁ। ମୋତେ ଦେଶର ନେତୃତ୍ଵ ଉପରେ ଭରସା ରହିଛି। ସଠିକ୍ ସମୟ ଏବଂ ସଠିକ୍ ସ୍ଥାନରେ ଆତଙ୍କବାଦୀଙ୍କୁ ଜବାବ ଦିଆଯିବ ବୋଲି ଭିକେ ସିଂହ କହିଛନ୍ତି।