ପୁଲିସ ବିଭାଗରେ ଅଦଳବଦଳ : ୪୩ ଡିଏସ୍‌ପିଙ୍କୁ ବଦଳି, ୩ ଜଣଙ୍କୁ ପଦୋନ୍ନତି

0

କଟକ,୧୪/୨: ସାଧାରଣ ନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ପୁଲିସ ବିଭାଗରେ ବଡ଼ ଧରଣର ବଦଳି କରାଯାଇଛି। ଡିଏସ୍‌ପି, ଅତିରିକ୍ତ ଏସ୍‌ପି ଏବ˚ ଏଆଇଜି ସ୍ତରରେ ବଦଳି ଓ ପଦୋନ୍ନତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୪୩ ଜଣ ଡିଏସ୍‌ପିଙ୍କ ବଦଳି କରାଯାଇଛି। ସେହିପରି ୩ ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକ ପରେ ଏ ସ˚କ୍ରାନ୍ତରେ ବିଜ୍ଞପ୍ତି ଆଜି ପ୍ରକାଶ ପାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶା ପୁଲିସ ବିଭାଗର ଡିଏସ୍‌ପି ସୁରେଶ କୁମାର ଦାସଙ୍କୁ କଟକ ସାଲେପୁର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ସେହିପରି ନିରଞ୍ଜନ ପାଢୀଙ୍କୁ ନୟାଗଡ଼, କିଶୋର ଚନ୍ଦ୍ର ମୁଣ୍ତଙ୍କୁ ପୁରୀ ସଦର, ପ୍ରଦୀପ କୁମାର ସାହୁଙ୍କୁ ବରଗଡ଼ ପଦ୍ମପୁର, ଲକ୍ଷ୍ମୀ ନାରାୟଣ ପଣ୍ତାଙ୍କୁ କଳାହାଣ୍ତି ଧର୍ମଗଡ଼, ସୁଧାକର ସାହୁଙ୍କୁ ପୁରୀ ସିିଟି, ରମେଶ ଚନ୍ଦ୍ର ସେଠୀଙ୍କୁ କଳାହାଣ୍ତି ସଦର, ଅଭିମନ୍ୟୁ ନାୟକଙ୍କୁ କଟକ ସଦର, ଦେବଦତ୍ତ ବରାଳଙ୍କୁ ପୁରୀ ପିପିଲି, ପ୍ରସନ୍ନ କୁମାର ବିଶ୍ବାଳଙ୍କୁ ବାଙ୍କୀ ଏସ୍‌ଡିପି, ଶୁଭେନ୍ଦୁ କୁମାର ସିହ୍ନାଙ୍କୁ କେନ୍ଦ୍ରାପଡ଼ା, ଅଶୋକ କୁମାର ଷଢ଼ଙ୍ଗୀଙ୍କୁ କଟକ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍‌, ପ୍ରଫୁଲ କୁମାର ପଟେଲ୍‌ଙ୍କୁ ଭିଜିଲାନ୍ସ, ଜିତେନ୍ଦ୍ର କୁମାର ଦଳେଇଙ୍କୁ ଗୁଇନ୍ଦା ବିଭାଗ, ଦୁଃଖ ବନ୍ଧୁ ନାୟକଙ୍କୁ ଅନୁଗୁଳ ପିଟିସି, ଧନଞ୍ଜୟ ନାୟକଙ୍କୁ କୋରାପୁଟ ପିସିଆର‌୍‌ ସେଲ୍‌, ବିମଳ କାନ୍ତ ବ୍ରହ୍ମାଙ୍କୁ କୋରାପୁଟ ଇହାତୁ, ରବିନ୍ଦ୍ର କୁମାର ସେଠୀଙ୍କୁ ବାଲେଶ୍ବର, ଅନନ୍ତ ପ୍ରସାଦ ମଲ୍ଲିକଙ୍କୁ କୋରାପୁଟ, ଆ˚ଠୋନି ତିର୍କୀଙ୍କୁ ସୋନପୁର, ବାଉରିବନ୍ଧୁ ବେହେରାଙ୍କୁ କଟକ ପୁଲିସ ମୁଖ୍ୟାଳୟ, ବିଜୟ କୁମାର ମଲ୍ଲିକଙ୍କୁ ଯାଜପୁର, ରବିନ୍ଦ୍ର କୁମାର ରାଉତଙ୍କୁ ଦେଓଗଡ଼, ସ˚ଗ୍ରାମ କେଶରୀ ବେହେରାଙ୍କୁ ବାଲେଶ୍ବର ଇହାତୁ, ବାମଦେବ ସି˚ହଙ୍କୁ ମୟୁରଭଞ୍ଜ, ନର‌୍‌ବେର୍ଟ କିରୋଙ୍କୁ ବରଗଡ଼, ଉଗ୍ରସେନ ପ୍ରଧାନଙ୍କୁ ଝାରସୁଗୁଡ଼ା, ଦକ୍ଷିଣ ଚନ୍ଦ୍ର ମୁର୍ମୁଙ୍କୁ ଭିଜିଲାନ୍ସ, ସୁବୋଧ କୁମାର ମଲ୍ଲିକଙ୍କୁ କେନ୍ଦୁଝର, ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଅନୁଗୁଳ, ଇନ୍ଦ୍ରମଣି ବେହେରାଙ୍କୁ ପୁରୀ ଇହାତୁ, ପ୍ରଶାନ୍ତ କୁମାର ବିଶୋଇଙ୍କୁ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ, ଅଜୟ କୁମାର ମିଶ୍ରଙ୍କୁ କନ୍ଧମାଳ, କୃଷ୍ଣ ପ୍ରସାଦ ଦାସଙ୍କୁ କମିସନରେଟ୍‌ ପୁଲିସ, ଶିବ ପ୍ରସାଦ ବିଶ୍ବାଳଙ୍କୁ ଦେବଗଡ଼, ଦିଲ୍ଲୀପ କୁମାର ନାୟକଙ୍କୁ ଅନୁଗୁଳ, ନାଗାର୍ଜୁନ ପ୍ରଧାନଙ୍କୁ ଢେଙ୍କାନାଳ, ଦିଲ୍ଲୀପ ଚନ୍ଦ୍ର ବାଗଙ୍କୁ ସୁନ୍ଦରଗଡ଼, ପ୍ରଭାତ କୁମାର ବିଶ୍ବାଳଙ୍କୁ ସୁନ୍ଦରଗଡ଼ ଇହାତୁ, ଅଶୋକ କୁମାର ଦାସଙ୍କୁ ଅନୁଗୁଳ ଇହାତୁ, ଅମରେଶ କୁମାର ପାଣିଗ୍ରାହୀଙ୍କୁ ଭଦ୍ରକ ଇହାତୁ, ଅମର କୁମାର ନାୟକଙ୍କୁ ବଲାଙ୍ଗୀର ଡିଏସ୍‌ପି ଏବ˚ ନାରାୟଣ ଚନ୍ଦ୍ର ବାରିକଙ୍କୁ ଜୟପୁର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି।

ସେହିପରି ପ୍ରମିଳା ନାୟକଙ୍କୁ ଡିଏସ୍‌ପି ପାହ୍ୟାରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ଭୁବନେଶ୍ବର ବିପିଏସ୍‌ପିଏରେ ସେ କାର୍ଯ୍ୟ କରିବେ। ନିର୍ମଳ ଚନ୍ଦ୍ର ମହାନ୍ତିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପରେ ଭିଜିଲାନ୍ସକୁ ବଦଳି କରାଯାଇଛି। ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦୋନ୍ନତି ପରେ କମିସନରେଟ୍‌ ପୁଲିସକୁ ବଦଳି କରାଯାଇଛି। ଅନ୍ୟପଟେ ଇନ୍‌ସ୍ପେକ୍ଟର ନରେନ୍ଦ୍ର କୁମାର ଷଢ଼ଙ୍ଗୀଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପରେ ସମ୍ବଲପୁର ବଦଳି କରାଯାଇଛି। ଅତିରିକ୍ତ ଡିସିପି ଚିତ୍ତରଞ୍ଜନ ସାମନ୍ତଙ୍କୁ ଗୁଇନ୍ଦା ବିଭାଗକୁ ବଦଳି କରାଯାଇଛି। ଅତିରିକ୍ତ ଏସ୍‌ପି ସୁଶିଲ କୁମାର ପାଣିଗ୍ରାହୀଙ୍କୁ ଝାରସୁୁଗୁଡ଼ା, ମହେନ୍ଦ୍ର କୁମାର ପଟେଲଙ୍କୁ କେନ୍ଦୁଝର, ସାନ୍ତନୁ କୁମାର ଦାସଙ୍କୁ ଗୁଣୁପୁରକୁ ବଦଳି କରାଯାଇଛି। ଭାରପ୍ରାପ୍ତ ଡିସିପି ପ୍ରାଣଧନ ମହାପାତ୍ର କମିସନରେଟ୍‌ ପୁଲିସରେ କାର୍ଯ୍ୟ କରିବେ। ପରେ ନିର୍ବାଚନ କମିସନଙ୍କ ନିୟମ ଆଧାରରେ ନିଷ୍ପତ୍ତି ଗ୍ରହଣ କରାଯିବ। ଏଆଇଜି ରବିନାରାୟଣ ବେହେରାଙ୍କୁ କ୍ରାଇମ୍‌ବ୍ରାଞ୍ଚରର ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.