ପୁଲୱାମାରେ ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ

0

ଢେଙ୍କାନାଳ,୧୮/୬: ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ନାଁ ଅଜିତ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଗାଁରେ। ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ସେ ସହିଦ ହୋଇଥିବା ଖବର ଆର୍ମୀ କ୍ୟାମ୍ପ ତାଙ୍କ ପରିବାରକୁ ଫୋନ୍ ଯୋଗେ ଜଣାଇଥିବା ଜଣାପଡ଼ିଛି। ଆଜି ରାତିରେ ତାଙ୍କ ମରଶରୀର ପହଞ୍ଚିବ। ଅଜିତ ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ।

ସହିଦ ଯବାନଙ୍କ ବାପା ସନ୍ତୋଷ କୁମାର ସାହୁ କହିଛନ୍ତି,“ ଗତ ରାତି ୧୦ଟା ବେଳେ ସେମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଏହି ସମୟରେ ତା’ ଦେହରେ ଗୁଳି ବାଜିଥିଲା। ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରାତି ୨ଟା ୫୦ ମିନିଟ୍‌ରେ ତାର ମୃତ୍ୟୁ ଘଟିଥିବା ନେଇ ଆଜି ସକାଳେ ଫୋନ୍‌ ଜରିଆରେ ଆମକୁ ସୂଚନା ଦିଆଯାଇଛି।”

Leave A Reply

Your email address will not be published.