ପୁଲୱାମା: ସେନାର ଗୁଳିରେ ଟଳିଲେ ୪ ଆତଙ୍କବାଦୀ

0

ଶ୍ରୀନଗର, ୨୯/୧୨ : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଶନିବାର ସେନାର ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଲୱାମାର ରାଜପୋରା ଗ୍ରାମରେ ସେନାର ଯବାନ ଏବଂ ଏସଓଜିର ମିଳିତ ଅପରେଶନରେ ୪ ଆତଙ୍କୀ ଟଳି ପଡିଥିବା ସୂଚନା ମିଳିଛି । ପୁଲୱାମାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଶୁକ୍ରବାର ରାତିରେ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା । ଏହି ସୂଚନା ଆଧାରରେ ସେନାର ୪୪ ରାଷ୍ଟ୍ରୀୟ ରାଇଫଲ୍ସ, କେନ୍ଦ୍ରୀୟ ରିଜର୍ଭ ପୋଲିସର ୧୮୩ ବାଟାଲିୟନ ଏବଂ ଜାମ୍ମୁ-କାଶ୍ମୀର ପୋଲିସର ଏସଓଜି ଟିମ ମିଳିତ ଭାବରେ ରାଜପୋରା ଗ୍ରାମକୁ ଘେରାବନ୍ଦୀ କରିଥିଲେ । ଏହି ସମୟରେ ରାଜପୋରାର ହାଜୀପାଇନ ଅଞ୍ଚଳର ଏକ କୋଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ତେବେ ଏହାର ଜବାବରେ ଯବାନମାନେ ଆତଙ୍କବାଦୀ ଲୁଚି ରହିଥିବା ସେହି କୋଠାକୁ ଚାରି ପାଶ୍ୱରୁ ଘେରାବନ୍ଦୀ କରିଥିଲେ । ଏହା ପରେ ଶନିବାର ସକାଳୁ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ସୁରକ୍ଷା ଦୃଷ୍ଟିରୁ ସେହି ଅଞ୍ଚଳର ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ଅନ୍ୟ ପକ୍ଷରେ ବିରୋଧ ପ୍ରଦର୍ଶନ ହେବାର ଆଶଙ୍କା ପ୍ରକାଶ କରି କେନ୍ଦ୍ରୀୟ ରେଜର୍ଭ ପୋଲିସର କେତେକ ଟିମକୁ ଏନକାଉଣ୍ଟର ସ୍ଥଳର ଆଖ ପାଖ ଅଞ୍ଚଳରେ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.