ପୂର୍ବତନ କଂଗ୍ରେସ ନେତା ଅଳ୍ପେଶ ଠାକୋର ବିଜେପିରେ ସାମିଲ

0

ଅହମ୍ମଦାବାଦ,୧୮/୭: ପୂର୍ବତନ କଂଗ୍ରେସ ନେତା ଅଳ୍ପେଶ ଠାକୋର ଓ ଧବଲ ସିଂହ ଝାଲା ଗୁରୁବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। କଂଗ୍ରେସ ଲୋକସଭା ନିର୍ବାଚନରେ ପାର୍ଟି ବିରୋଧୀ ଗତିବିଧିରେ ସଂଶ୍ଳିଷ୍ଟ ଥିବା କାରଣରୁ ଅଳ୍ପେଶଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଥିଲା। ସେହି ଦିନଠୁ ଅଳ୍ପେଶ ଶୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜାରି ରହିଥିଲା। ଯାହା ଉପରେ ଆଜି ପୂର୍ଣ୍ଣଛେଦ ପଡ଼ିଛି।

ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୋର ଓ ଧବଲ ସିଂହ ଗୁଜରାତରେ ରାଜ୍ୟସଭା ଉପ ନିର୍ବାଚନରେ କ୍ରସ ଭୋଟିଂ କରି ବିଜେପି ପକ୍ଷରେ ଭୋଟ୍ ଦେଇଥିଲେ। କ୍ରସ ଭୋଟିଂ ପରେ ଉଭୟ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

କୁହାଯାଉଛି ଯେ, ବିଜେପିରେ ସାମିଲ ହେବା ପରେ ଅଳ୍ପେଶଙ୍କୁ ଗୁଜରାତ ସରକାରରେ ମନ୍ତ୍ରୀ ପଦ ମିଳିପାରେ। ମାତ୍ର ଏହି ବିଷୟରେ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଗୁରୁବାର ଗୁଜରାତ ବିଜେପି ଅଧ୍ୟକ୍ଷ ଜିତୁ ବଘାନୀଙ୍କ ଉପସ୍ଥିତିରେ ଉଭୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.