ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୈଳଚିତ୍ର ଉନ୍ମୋଚନ

0

କଟକ, ୩/୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୈଳଚିତ୍ର ବୁଧବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଶତାବ୍ଦୀଭବନ ପରିସରରେ ଏହି ଉପଲକ୍ଷେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ତୈଳଚିତ୍ରକୁ ଉନ୍ମୋଚନ କରି ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ କହିଥିଲେ। ମୁଖ୍ୟବକ୍ତା ଭାବେ ଏମ୍‌ପି ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଉତ୍ସବରେ ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂ ସଭାପତିତ୍ୱ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କୁ ସ୍ମୃତିସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ଉପସଭାପତି ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସ୍ବାଗତ, ସାଧାରଣ ସମ୍ପାଦକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଓ ଉପସଭାପତି ମନୋଜ ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟପାଳ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିଥିଲେ।

Leave A Reply

Your email address will not be published.