ଭୁବନେଶ୍ବର,୪/୧ : ଖୋର୍ଧାସ୍ଥିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପୂର୍ଣ୍ଣାଙ୍ଗ ରୂପ ନେଇଛି । କଳାତ୍ମକ ପରିପ୍ରକାଶ ଉଦ୍ୟାନର ଶୋଭାକୁ ବହୁଗୁଣିତ କରିଛି । ପ୍ରଜ୍ଞା ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଛି ଏହି ନିଆରା ଉଦ୍ୟାନ। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଫିତାକାଟି ଉଦ୍ୟାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
୩ ବର୍ଷ ତଳେ କେବଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ ହୋଇଥିଲା। ତେବେ ଇତିମଧ୍ୟରେ ସୀମିତ ପରିସରରେ ଉଦ୍ୟାନର ଏ ନବକଳେବରକୁ ଅତିଥିମାନେ ପ୍ରଶଂସା କରିଛନ୍ତି। ସରକାର ଏଥିପାଇଁ ଜାଗା ଯୋଗାଇ ଦେଇଥିବା ବେଳେ ସ୍ମୃତି କମିଟି ଟ୍ରଷ୍ଟ୍ ଉଦ୍ୟମରେ ୨କୋଟି ୭୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ଉଦ୍ୟାନରେ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ସାଇତା ରହିଛି।