ପୂର୍ବଭାରତରୁ ନୂତନ ଭାରତ ଗଠନର ଆହ୍ବାନ ଦେଲେ ଯୋଗୀ ଆଦିତ୍ୟନାଥ

0

ଭବାନୀପାଟଣା,୨୦/୨: ଭବାନୀପାଟଣାଠାରେ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କୁ ନେଇ ବୁଧବାର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିା ଏଥିରେ ମୁଖ୍ୟଅତିଥି ଭାବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ପୂର୍ବଭାରତରେ ଭାଜପା ସରକାର ଆଣି ଏକ ଶ୍ରେଷ୍ଠ ଭାରତ ଗଠନ କରିବାକୁ ଆହ୍ବାନ ଦେଇଥିଲେ । ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରଦୀପ ପ୍ରଜ୍ୱଳନ ଓ ଏକ ମିନିଟ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ କଳାହାଣ୍ଡିର ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋମାଝୀ ,ବଲାଙ୍ଗିର ଓ ନୂଆପଡାର ସ୍ବାଧିନତା ସଂଗ୍ରାମୀ ତଥା ସୁରେନ୍ଦ୍ର ସାଏଙ୍କୁ ସମ୍ମାନ ଜଣାଇ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ ଯୋଗୀା ନିଜର ପାଖାପାଖି ୩୦ମିନିଟ ଭାଷଣରେ ନବିନ ସରକାରଙ୍କ ନାମ ନେଇ ନଥିବା ବେଳେ ରାଜ୍ୟରେ ଭାଜପା ସରକାର ଗଢିବାକୁ ଆହ୍ବାନ ଦେଇଥିଲୋ ସାରା ଭାରତରେ କଂଗ୍ରେସ ମୁକ୍ତ ଭାରତ ଗଠନ କରିବା ସହ ରାଜନୀତିରେ କଳାହାଣ୍ଡିର ରାଜ ପରିବାର ଭୂମିକା ବିଷୟରେ କହିଥିଲେ।

ଯୋଗୀ ଆଦିତ୍ୟନାଥ ରାୟପୁରୁ ହେଲିକେପ୍ଟର ଯୋଗେ ଭବାନୀପାଟଣା କଲେଜ ପଡିଆରେ ଓହ୍ଲାଇ ପ୍ରଥମେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଦର୍ଶନ କରି ସଭାକାର୍ଯ୍ୟରେ ପହଞ୍ଚତ୍ଥିଲେ । ଏଥିପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ସଭାମଞ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, ଭୃଗୁବକ୍ସି ପାତ୍ର, କନକ ବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଅଶ୍ୱୀନ ଷଡଙ୍ଗୀ, ସୁରେଶ ପୁଝାରୀ,ଶିବାଜୀ ମହାନ୍ତି, ଟଙ୍କଧର ତ୍ରିପାଠୀ, ଜିଲାପରିଷଦ ଅକ୍ଷା ଶ୍ରୀମତି ନମିତାରାଣୀ ସାହୁ, ଆର୍ତତ୍ରାଣ ମହାପାତ୍ର,ଅମିତାଭ ଚୌଧୁରୀ, ଜୟରାମ ପାଙ୍ଗି, କଳାହାଣ୍ଡି ମହାରାଣୀ ପଦ୍ମ ମଞ୍ଜରୀ ସିଂଦେଓ, ସଂଗୀତା ସିଂଦେଓ,କାଳି ପ୍ରସାଦ ରାୟଗୁର ପ୍ରମୁଖ ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.