ପେଟରେ ଚର୍ବି ଜମିବା ଏବେ ସମସ୍ତଙ୍କ ପାଇଁ ସାଧାରଣ ସମସ୍ୟା ପାଲଟି ଗଲାଣି । ପେଟରେ ଚର୍ବି ଜମିବା ଦ୍ୱାରା ଖାଲି ମୋଟା ଏବଂ ପେଟୁଆ ଦିଶନ୍ତି ନାହିଁ ବରଂ ଏହା ହୃତ୍ପିଣ୍ଡ ସମସ୍ୟା, କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପ ଆଦି ଭଳି ରୋଗ ଦେଖାଦେଇଥାଏ । ଏଥିରୁ ନିସ୍ତାର ପାଇବା ପାଇଁ ବ୍ୟାୟାମ ସହ ମାଲିସ ବି ଖୁବ୍ ଉପାଦେୟ ।
୧.ଟାଣୁଆ ଚଟାଣ ଉପରେ ଚିତ୍ ହୋଇ ଶୁଅନ୍ତୁ ।
୨. ହାତ ପାପୁଲିକୁ ଗରମ ଲାଗିବା ଯାଏଁ ଘଷନ୍ତୁ ।
୩.ଉଷୁମ ପାପୁଲିକୁ ନାହିମୁଣ୍ଡା ଉପରେ ରଖନ୍ତୁ । ନାହିର ଚାରିପଟେ ଗୋଲ ଗୋଲକରି ଦୁଇମିନିଟ୍ ପର୍ଯ୍ୟନ୍ତ ପାପୁଲିକୁ ବୁଲାନ୍ତୁ ।
୪. ହାତ ଘଷିଲେ ପେଟରୁ ଯେପରି ଉତ୍ତାପ ବାହାରୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ଏହି ମାଲିସ କରିବା ଦ୍ୱାରା ଅଧିକ ରକ୍ତସଞ୍ଚାଳନ କରାଇ ପେଟରେ ଥିବା ଚର୍ବିକୁ ଦହନ କରି ନଷ୍ଟ କରିଦିଏ ।
Prev Post
Next Post