ଖଲିକୋଟ, ୨୫/୧୨: ଖଲିକୋଟ ଥାନା ଅନ୍ତର୍ଗତ ଗୁଡିଢେପଠାରେ ମଙ୍ଗଳବାର ସକାଳ ପ୍ରାୟ ୫ଟାବେଳେ ପୋଲିସର ଓ୍ବାଣ୍ଟେଡ୍ ଲିଷ୍ଟ୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଏନକାଉଣ୍ଟରରେ ଆହତ ହୋଇଛି। ଖଲିକୋଟ ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ସୂଚନା ଅନୁସାରେ, ନୟାଗଡ ଜିଲା ରଣପୁର ଅଞ୍ଚଳର ଅନନ୍ତ କୁମାର ମାଛୁଆ ନାମରେ ପୂର୍ବରୁ ବହୁ ଡକାୟତି, ରାହାଜାନି, ମାମଲା ରହିଛିି। ପୂର୍ବରୁ ବଡଘାଟି ନିକଟରେ ହୋଇଥିବା ଡକାୟତି ଘଟଣାରେ ଅନନ୍ତ ସମ୍ପୃକ୍ତ ଥିଲେ।
ମଙ୍ଗଳବାର ସକାଳେ ବ୍ରହ୍ମପୁର ଆଡକୁ ଏକ ବାଇକ ଯୋଗେ ଅନନ୍ତ ଓ ତାର ସହଯୋଗୀ ଯାଉଥିବାବେଳେ ଖଲିକୋଟ ପୋଲିସ୍ ଟିମ୍ ଅଟକାଇ ଥିଲେ। ଅନନ୍ତ ପୋଲିସ ଉପରକୁ ଆକ୍ରମଣ କରି ଖସିପଳାଇବା ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର ହୋଇଥିଲା। ଫଳରେ ତାଙ୍କ ଡାହାଣ ଗୋଡରେ ଗୋଟିଏ ଗୁଳି ବାଜିଛି। ଆହତ ଅବସ୍ଥାରେ ପ୍ରଥମେ ଖଲିକୋଟ ଡାକ୍ତରଖାନା ୍ଅଣାଯାଇଥିଲା। ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିକଟରୁ ପିସ୍ତଲ, ତିନୋଟି ଜୀବନ୍ତ ଗୁଳି, ଏବଂ ୧୫୦୦ଟଙ୍କା ଜବତ ହୋଇଛି। ତାଙ୍କ ସହଯୋଗୀ ଖସିପଳାଇବାରେ ସମର୍ଥ ହୋଇଛନ୍ତି। ଖଲିକୋଟ ପୋଲିସ ଷ୍ଟେଶନରେ କେସ ନଂ ୩୨୪/୧୮ରେ ଏକ ମାମଲା ରୁଜୁ ହୋଇଛି। ଖଲିକୋଟ ଅଞ୍ଚଳରେ ଏହା ସପ୍ତମ ଏନକାଉଣ୍ଟର। ଆଇଆଇସି ବିବେକାନ୍ଦ ସ୍ବାଇଁଙ୍କ ସମୟରେ ହଁି ସବୁ ଏନକାଉଣ୍ଟର ହୋଇଛି ବୋଲି ଜଣାପଡିଛି।