ପୋଲିସ-ଓକିଲ ବିବାଦ: ହାଇକୋର୍ଟରେ ସମ୍ପୃକ୍ତ ପୋଲିସ

0

ଭୁବନେଶ୍ୱର, ୧୪/୧୧ : ଦୀର୍ଘ ଦିନ ଧରି ଚାଲିଥିବା ପୋଲିସ-ଓକିଲ ବିବାଦର ଆଜି ଅନ୍ତ ଘଟିଛି । ଜଣେ ଓକିଲଙ୍କୁ ମାଡ ମାରିଥିବା ଅଭଗେଯାଗରେ ସମ୍ପୃକ୍ତ ପୋଲିସବାଲାମାନେ ଆଜି ଓଡିଶା ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଗତ ଅଗଷ୍ଟ ମାସରେ ଓକିଲ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ୨ ଜଣ କନେଷ୍ଟବଳ ଓ ଜଣେ ହାବିଲଦାର ମାଡମାରିବାର ଅଭିଯୋଗ ହୋଇଥିଲା । କି;ୁ ଏନେଇ ଦେବୀ ପ୍ରସାଦଙ୍କ ଥାନାରେ ଏତଲା ଦେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ତେଣୁ ବାଧ୍ୟ ହୋଇ ଦେବୀପ୍ରସାଦ ଏନେଇ ହାଇକୋର୍ଟରେ ଏକ ପେଟିସନ୍‌ ଦାଖଲ କରିଥିଲେ । ତେବେ ଆଜି ହାଇକୋର୍ଟରେ ଉକ୍ତ ପିଟିସନର ଶୁଣାଣି ହୋଇଥିଲା । ଓକିଲ ଦେବୀପ୍ରସାଦଙ୍କୁ ମାଡ ମାରିଥିବା ୩ ଜଣ ପୋଲିସ ହାଇକୋର୍ଟରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଏକକ ଖଣ୍ଡପୀଠ ଆଗରେ ଉପସ୍ଥିତ ହୋଇ ଉକ୍ତ ଘଟଣାକୁ ନେଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ।
ଖଣ୍ଡପୀଠ ସେମାନଙ୍କୁ କ୍ଷମା କରିବା ସହ ଭବିଷ୍ୟତରେ ଏଭଳି ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.