ପୌଷ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର ପୂଷ୍ୟାଭିଷେକ ନୀତି, ସୁନାବେଶରେ ଦର୍ଶନ ଦେବେ

0

ପୁରୀ, ୨୧/ ୧: ଆଜି ପୌଷ ପୂର୍ଣ୍ଣିମା , ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଏହା ପରେ ଚତୁର୍ଦ୍ଧାମୂର୍ତ୍ତୀ ସୁନା ଅଳଙ୍କାର ପରିଧାନ କରି ରାଜାଧିରାଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ରତ୍ନବେଦୀରେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

ପୁଷ୍ୟାଭିଷେକ ପ୍ରତିବର୍ଷ ପୌଷ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ । ଯେଉଁ ବର୍ଷ ପୌଷ ପୂର୍ଣ୍ଣିମାରେ ପୁଷ୍ୟାନକ୍ଷେତ୍ର ଯୋଗ ଥାଏ ସେହି ବର୍ଷ ହରିଙ୍କର ପୁଷ୍ୟାସ୍ନାନ ନିଶ୍ଚିତ ହୁଏ । ଆଜି ମହାପ୍ରଭୁ ସୁନା ବେଶ ହେବେ । ଶ୍ରୀରଘୁନାଥ ଆସ୍ଥାନ ପଢିଆରୀ ଓ ପାଳିଆ ଖୁଂଟିଆ ସହ ଆଜି ସିଂହଦ୍ୱାର ଦେଇ ଯମେଶ୍ୱର ଠାକୁର ବିଜେ କରିବେ । ସେଠାରୁ ଫେରି ମଙ୍ଗଳାର୍ପଣ ବଢିବା ଉତାରେ ସେ ଘରେ ରହିବେ । ପୂଷ୍ୟାଭିଷେକ ପରେ ମହାପ୍ରଭୁଙ୍କର ସୁନାବେଶ ହେବ । ସ୍ୱର୍ଣ୍ଣରେ ନିର୍ମିତ ମଥାରେ କୀରିଟ, ହାତରେ ଫୁଲ ଧନୁସର, ଶ୍ରୀପୟର ଓ ଶ୍ରୀହସ୍ତ ଲାଗି କରାଯିବ ।

ଶାସ୍ତ୍ରାନୁସାରେ ଆଜିର ଦିନରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ରାଜ ସିଂହାସନ ଆରୋହଣ କରିଥିଲେ । ସେଥିପାଇଁ ମହାପ୍ରଭୁ ଶଙ୍ଖ-ଚକ୍ର ପରିବର୍ତ୍ତେ ହାତରେ ଧନୁସର ଧାରଣ କରନ୍ତି ।

ମହାପ୍ରଭୁଙ୍କର ବର୍ଷକୁ ୫ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । ୪ଥର ରତ୍ନ ସିଂହାସନ ଉପରେ ଓ ଆଉ ଥରେ ରଥଯାତ୍ରାରେ ରଥ ଉପରେ ରାଜାଧିରାଜବେଶ ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.