ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

0

ଭୁବନେଶ୍ୱର,୧୯/୬: ଆଜି ଅପରାହ୍ଣ ୧୨: ୩୦ରେ ପ୍ରକାଶ ପାଇଛି ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଓଜେଇଇ ପରୀକ୍ଷା ଫଳ। ଏସ୍‌ସିଟିଇ କନ୍‌ଫରେନ୍ସ୍‌ ହଲ୍‌ରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ରେଜଲ୍‌ଟ୍‌ ପୁସ୍ତିକା ଉନ୍ମୋଚନ କରିଛନ୍ତି।

ଏ ବର୍ଷ ଏମ୍‌ବିଏରେ ଟପ୍ପର ହୋଇଛନ୍ତି ପ୍ରଦୀପ କୁମାର କାମ୍ପା, ଏମ୍‌ସିଏରେ ସ୍ମିତାରାଣୀ ଚୌଧୁରୀ, ଏମ୍‌ଟେକ୍‌ରେ ପ୍ରଦୀପ ବାରିକ, ଏମ୍‌ବିଏରେ ସ୍ୱୀକୃତି ମହାପାତ୍ର, ଏମ୍‌ ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଏବଂ ବି ଫାର୍ମରେ ସମୀର ପାଢ଼ୀ ଟପ୍ପର ହୋଇଛନ୍ତି।

ଲେଟେରାଲ୍‌ ଏଣ୍ଟ୍ରି ଫାର୍ମାସିରେ ଅମିତ କୋଟାଲ, ଟେକ୍ନୋଲଜିରେ ଶାଶ୍ୱତୀ ମହାନ୍ତି, ବି. ଏସ୍‌ସିରେ ଭବାନୀ ଶଙ୍କର ବେହେରା, ଏମ୍‌ସିଏରେ ସୁମନ୍ତ ପାତ୍ର ଟପ୍ପର ହୋଇଛନ୍ତି।

ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନଲାଇନରେ ୧୩ ହଜାର ୯୧୮ ଜଣ ପିଲା ପରୀକ୍ଷା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀମାନେ www.ojee.nic.in ଓ odishajee.comରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

ଏମବିଏ, ଏମସିଏ, ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ଲାଟେରାଲ ଏଣ୍ଟ୍ରି ଏମସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଗତ ୮ ଓ ୯ ତାରିଖରେ ପ୍ରଥମ ଥର ଲାଗି ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିପରି ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା,ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଗତ ମାସ ୧୮ ତାରିଖରେ ଅଫଲାଇନରେ ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.