ପ୍ରତିବର୍ଷ ହଜ୍‌ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ ମୁସଲମାନ : ହଜ୍‌ କୋଟା ବଢାଇଲା ସାଉଦି

0

ନୂଆଦିଲ୍ଲୀ,୨୮/୬: ମୋଦୀ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଯେଉଁମାନେ ବିଜେପିରୁ ମୁସଲମାନ ବିରୋଧୀ କହୁଛନ୍ତି ସେମାନଙ୍କ ମୁହଁରେ ଏବେ ତାଲା ପଡିଛି । ଦ୍ୱିତୀୟ ଥର ଶାସନକୁ ଫେରିବା ପରେ ପିଏମ ମୋଦୀ ନିଜ ଭାଷଣରେ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ କଥା କହିଥିଲେ । ଏହି ନାରାକୁ ପୂର୍ଣ୍ଣ କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢାଇଛି ମୋଦୀ ସରକାର । ସାଉଦି ଆରବ ଭାରତୀୟଙ୍କ ପାଇଁ ହଜ ଯାତ୍ରାର କୋଟାରେ 30 ହଜାର ଅଧିକ କରିଛନ୍ତି । ଏବେ ପ୍ରତିବର୍ଷ 2 ଲକ୍ଷ ଭାରତୀୟ ମୁସଲମାନ ହଜ ଯାତ୍ରା କରିପାରିବେ । ବର୍ତ୍ତମାନ ଏହି ସଂଖ୍ୟା 1,70,000 ରହିଛି । ହଜ ଯାତ୍ର ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ମକ୍କାରେ ପହଞ୍ଚିଥାନ୍ତି । ଜି-20 ଶିଖର ସମ୍ମିଳନୀରେ ପିଏମ ମୋଦୀ ଏବଂ ସାଉଦୀ ପ୍ରିନ୍ସ ମୋହମ୍ମଦ ବିନ ସଲମାନଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଜି-20 ଦେଶର ସମ୍ମିଳନୀରେ ସାମିଲ ହେବାକୁ ଜାପାନ ଗସ୍ତରେ ଥିବା ପିଏମ ମୋଦୀ ବ୍ୟାପାର, ନିବେଶ,ଉର୍ଜ୍ଜା ସୁରକ୍ଷା ଏବଂ କାଉଣ୍ଟର ଟେରରିଜମ ଉପରେ ଆଲୋଚନା କରିଥିଲେ । ଏହି ସମୟରେ ପିଏମ ମୋଦୀ ସାଉଦୀ ଆରବ ସହ ମହତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବା ପରେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ ଭାରତୀୟଙ୍କ ପାଇଁ ହଜ କୋଟାର ସଂଖ୍ୟା 1,70,000ରୁ 2ଲକ୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.