ନୂଆଦିଲ୍ଲୀ,୧୨/୪: ସାଧାରଣ ନିର୍ବାଚନ ପାଇଁ ଗୁରୁବାର ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହାର ଭଲ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ମୋଟ ୭୩.୭୬ ପ୍ରତିଶତ ମତଦାନ ପ୍ରତିଶତ ରହିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଛି । ପ୍ରଥମ ପର୍ଯ୍ୟାୟରେ ପୁରୁଷ ବର୍ଗରେ ୭୩.୦୯ ପ୍ରତିଶତ ମତଦାନ କରିଥିବା ବେଳେ ୭୪.୪୩ ମହିଳା ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ଅନ୍ୟାନ ବର୍ଗରେ ୧୧.୨୫ ପ୍ରତିଶତ ମତଦାନ ହୋଇଛି ।
ସେହିପରି ୪ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ନବରଙ୍ଗପରୁରେ ସର୍ବାଧିକ ମତଦାନ ହୋଇଛି । ନବରଙ୍ଗପୁରରେ ସର୍ବାଧିକ ୭୮.୮୯ ପ୍ରତିଶତ ମତଦାନ ହୋଇଛି । ଏହା ପରେ କଳାହାଣ୍ଡିରେ ୭୫.୮୨ ପ୍ରତିଶତ, କୋରାପୁଟରେ ୭୪.୭୭ ପ୍ରତିଶତ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ମତଦାନ ହୋଇଛି । ବ୍ରହ୍ମପୁରର ସର୍ବନିମ୍ନ ୬୫.୫୭ ପ୍ରତିଶତ ମତଦାନ ହୋଇଛି । ତେବେ ଦୁଇଟି ବୁଥରେ ସାନି ମତଦାନ ପାଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ମଲକାନଗିରିର ଗୋଟିଏ ଓ ବ୍ରହ୍ମପୁରର ଗୋଟିଏ ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯାଇଛି । ଗୋଟିଏ ବୁଥରେ ଇଭିଏମ ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ଏକ ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିବା ଜଣାପଡିଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।ମତଦାନରେ ୨୭ଟି ନିର୍ବାଚନମଣ୍ଡଳୀକୁ ପଛରେ ପକାଇଲା କୋଟପାଡ଼, କୋଟପାଡ଼ ଆସନରେ ଭୋଟରଙ୍କ ମତଦାନ ହାର ସର୍ବାଧିକ ୮୬.୮୩%, ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ ୫୬.୩୪% ମତଦାନ ।