ବର୍ତ୍ତମାନ ସ୍ଥିତିରେ ପ୍ରଦୂଷଣର ମାତ୍ରା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଘର ହେଉ କି ବାହାର ସବୁସ୍ଥାନରେ ନାକ ଓ ମୁହଁରେ କପଡା ବ୍ୟବହାର କରିବା ଜରୁରୀ ହୋଇପଡିଛି । କିନ୍ତୁ ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ରୋଷେଇ ଘରେ ତଥା ନିଜ ଖାଦ୍ୟପେୟରେ ସାମିଲ୍ କରିବା ଦ୍ୱାରା ଶରୀରରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା କ୍ଷମତା ବୃଦ୍ଧି ପାଇପାରିବ ଓ ଦୁସାଧ୍ୟ ବାୟୁରୁ ନିଜକୁ ରକ୍ଷା କରିପାରିବା ।
ଗୁଡ:- ଗୁଡ ଓ ମହୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତା ବୃଦ୍ଧି ପାଇଥାଏ । ଯାହାଦ୍ୱାରା ଶରୀର ବିଭିନ୍ନ ରୋଗକାରୀ ଶକ୍ତିକୁ ନଷ୍ଟ କରିଦେଇଥାଏ । ଏହି ସବୁ ଦ୍ରବ୍ୟ ବାୟୁ ପ୍ରଦୂଷଣ ସମୟରେ ମଧ୍ୟ ରୋଗ ପ୍ରତିରୋଧକାରୀ ଶକ୍ତି ରୂପେ କାର୍ଯ୍ୟ କରିଥାଏ ।
ରସୁଣ:- ରସୁଣ ପ୍ରାକୃତିକ ରୂପେ ଏକ ଆଣ୍ଟିବାୟୋଟିକ୍ ରୂପେ କାର୍ଯ୍ୟ କରିଥାଏ । ପ୍ରଦୂଷଣରୁ ରକ୍ଷା ପାଇବା ନିମନ୍ତେ କିଛି ରସୁଣକୁ ଖାଇବାର ଅଧଘଣ୍ଟା ପରେ କିମ୍ବା ପୂର୍ବରୁ ଏକ ଚାମଚ ଲହୁଣୀ ସହିତ ଖାଇବା ଆବଶ୍ୟକ । ଦୂଷିତ ବାୟୁର ପ୍ରଭାବରେ କଫ ହୋଇନଥାଏ ।
ଅଦା:- ବଢୁଥିବା ପ୍ରଦୂଷଣ କାରଣରୁ ଥଣ୍ଡା ଓ ଜ୍ୱର ଭଳି ବେମାରୀ ବୃଦ୍ଧି ପାଇଥାଏ । ତେଣୁ ଏକ ଚାମଚ ମହୁ ସହ ଅଦାରସ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡାଜନିତ ସମସ୍ୟାକୁ ଦୂର ରୋକାଯାଇପାରିବ ।
ଗୋଲମରିଚ:-ପ୍ରଦୂଷଣ ଦ୍ୱାରା ଛାତିରେ କଫ ଜମିବ ରୋଗ ସାଧାରଣତଃ ହୋଇଥାଏ । ତେଣୁ କିଛି ଗୋଲମରିଚକୁ ଗୁଣ୍ଡ କରି ମହୁରେ ମିଶାଇ ସେବନ କରିବା ଦ୍ୱାରା ଛାତିରେ କଫ ଜମିବା ସମସ୍ୟାକୁ ଦୂର କରାଯାଇପାରିବ।
ଜୁଆଣି:-ନିୟମିତ ଜୁଆଣି ପତ୍ର ସେବନ କରିବ ଦ୍ୱାରା ରକ୍ତ ସଫା ରହିଥାଏ । ଏହାଦ୍ୱାରା ପ୍ରଚୁର ପରିମାଣର ଫଳ ଓ ପନିପରିବା ଖାଇବା ସହ ପାଣି ମଧ୍ୟ ନିୟମିତ ପିଇବା ଆବଶ୍ୟକ ।
Prev Post
Next Post