ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ଦେଖି ଟିଏମସି ସାଂସଦମାନେ ଆଶ୍ଚର୍ଯ୍ୟ

0

ନୂଆଦିଲ୍ଲୀ,୨୫/୭: ଟିଏମସି ଓ ବିଜେପି ମଧ୍ୟରେ ପଶ୍ଚିମବଙ୍ଗରେ ରାଜନୈତିକ ବିଦ୍ଵେଷ ଚରମରେ ରହିଛି। ନିକଟରେ ସଂପନ୍ନ ଲୋକସଭା ନିର୍ବାଚନ ସମୟରେ ଦୁଇ ଦଳ ମଧ୍ୟରେ ଖୁବ୍ ବାକ୍ ଲଢେଇ ଦେଖିବାକୁ ମିଳିଥିଲା। ଦୁଇ ଦଳର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅନେକ ଥର ହିଂସା ମଧ୍ୟ ଘଟିଛି। ଏଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଛି। ଦିଲ୍ଲୀଠୁ ନେଇ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ସର୍ବଦା ଉତ୍ତେଜନା ଲାଗି ରହିଛି ଏବଂ ସଂସଦରେ ଉଭୟ ପରସ୍ପରକୁ ବିରୋଧ ମଧ୍ୟ କରୁଛନ୍ତି। ଏହା ସତ୍ଵେ ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ଦେଖି ଟିଏମସି ବିଧାୟକ ଚକିତ ହୋଇ ପଡିଛନ୍ତି।

ନିକଟରେ ଯେବେ ଟିଏମସିର ସାଂସଦ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଗଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ବଡ଼ ଆତ୍ମୀୟତାର ସହ ଭେଟିଥିଲେ, ଏହା ଦେଖି ସାଂସଦମାନେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଯେମିତି ଏହି ପ୍ରତିନିଧିମଣ୍ଡଳ ଭେଟିବାକୁ ଗଲେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ବିଷୟରେ ପଚାରି ବୁଝିଥିଲେ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକଙ୍କୁ ଅଚାନକ ତାଙ୍କ ଆଖିରେ ଲାଗିଥିବା ଆଘାତ ବିଷୟରେ ପଚାରିଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଅଚାନକ ମୋଦୀଙ୍କ ମୁହଁରୁ ଏହି ପ୍ରଶ୍ନ ଶୁଣି ଅଭିଷେକ ଆଚମ୍ବିତ ହୋଇ ପଡ଼ିଥିଲେ।

ସୁଦୀପ ବନ୍ଦୋପାଧ୍ୟାୟ ସହିତ ମୋଦୀ ତାଙ୍କର ଧଳା ଦାଢିକୁ ନେଇ ମଧ୍ୟ କଥା ହୋଇଥିଲେ। ସୁଦୀପ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଆମେ ଦୁହେଁ ଦାଢି ରଖିଛନ୍ତି, ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ମୁଁ ଦୀର୍ଘ ଦିନ ଧରି ଦାଢି ରଖି ଆସୁଛି। ପୁଣି ସୁଦୀପ କହିଥିଲେ ଯେ, ଉଭୟଙ୍କ ଦାଢି ଧଳା ହୋଇ ଗଲାଣି। ମୋଦୀ କହିଲେ ଯେ ଆପଣଙ୍କଠୁ ମୋର ଦାଢି ଲମ୍ବା ରହିଛି। ଏହା ପରେ ସୁଦୀପ କହିଥିଲେ ଯେ, ମୋର ଦାଢି ମଧ୍ୟ ଲମ୍ବା ଥିଲା, ମାତ୍ର ଆପଣଙ୍କୁ ଭେଟିବା ପୂର୍ବରୁ ଆଜି ଛୋଟ କରି ଦେଲି। ଏହି ପରି ପ୍ରଧାନମନ୍ତ୍ରୀ ସାଂସଦମାନଙ୍କ ହସ ଖୁସିରେ କଥାବାର୍ତ୍ତା କରିଥିଲେ। ପିଏମ ମୋଦୀ ଓ ପ୍ରତିନିଧିମଣ୍ଡଳ ମଧ୍ୟରେ ଏହି ସାକ୍ଷାତ ବହୁତ ଆତ୍ମୀୟତା ରହିଥିଲା। ଟିମଏସିର ସାଂସଦ ଏକ ସକରାତ୍ମକ ମାହୋଲରେ କଥାବାର୍ତ୍ତା ହୋଇଥିଲେ। ଏହି ସବୁ ସାଂସଦ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରି ବଙ୍ଗାଲ କରିବା ଦାବି ନେଇ ପିଏମ ମୋଦୀଙ୍କ ପାଖକୁ ଆସିଥିଲେ।

Leave A Reply

Your email address will not be published.