ପ୍ରସାଦରେ ରକ୍ତ

0

ସାଧାରଣ ଭାବେ ଲୋକ ମନ୍ଦିରର ନାମ ଶୁଣିଲେ ବୁଝିଯାଆନ୍ତି କି ସେଠାରେ ଦେବୀ କି ଦେବତାର ପୂଜା ପାଉଛନ୍ତି । ତେବେ ଏହି ଦେବା ଦେବୀ ମନ୍ଦିରକୁ ଛାଡିଦେଲେ ଏମିତି କିଛି ମନ୍ଦିର ରହିଛି ଯେଉଁଠାରେ କୌରବ ଏବଂ ପାଣ୍ଡବଙ୍କ ପୂଜା ହେଉଛି । ତେବେ ଏହି ମନ୍ଦିର ମାନଙ୍କରେ ଲୋକେ ପ୍ରସାଦ ରୂପରେ ଢ଼ାଳୁଛନ୍ତି ନିଜ ଦେହର ରକ୍ତ । ବାଙ୍ଗାଲୁରୁରେ ଏମିତି ଏକ ମନ୍ଦିର ଅଛି ଯାହାକୁ ଦ୍ରୋପଦୀ ମନ୍ଦିର ନାମରେ ଜଣାଯାଏ । ଏହି ମନ୍ଦିର ପାଖାପାଖି ୮୦୦ ବର୍ଷ ପୁରୁଣା । ଏହି ମନ୍ଦିରଙ୍କୁ ଧର୍ମରାଜ ସ୍ୱାମୀ ରୂପରେ ମଧ୍ୟ ଜଣାଯାଏ । ଉତ୍ତରାଖଣ୍ଡର ଉତ୍ତରକାଶୀ ନିକଟରେ ସାରନୋଳ ଏକ ମନ୍ଦିର ଅଛି, ଯାହାକୁ ଦାନବୀର କର୍ଣ ମନ୍ଦିର ନାମରେ ଜଣାଯାଏ । ଏହି ମନ୍ଦିର କାଠରେ ତିଆରି ହୋଇଛି । କାଠରେ ପାଣ୍ଡବଙ୍କ ୬ଟା ଛୋଟୋ ଛୋଟୋ ମନ୍ଦିର ତିଆରି ହୋଇଛି । କେରଳର କୋଲମ୍‌ ଜିଲ୍ଲାର ମାୟମPଟୁ ମଲଂଚାରୁୱìରେ ଦୁର୍ଯୋଧନଙ୍କ ମାମୁଁ ଶକୁନିଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ପ୍ରବିତ୍ରେଶ୍ୱରମ୍‌ ନାମରେ ବେଶ୍‌ ପରିଚିତ । ଶକୁନି ମନ୍ଦିର ପାଖରେ ଦୁର୍ଯୋଧନଙ୍କ ମନ୍ଦିର ମଧ୍ୟ ତିଆରି ହୋଇଛି । ଇଲ୍ଲାହାବାଦ୍‌ ର ଦାରାଗଂଜରେ ପିତାମହ ଭୀଷ୍ମଙ୍କ ମନ୍ଦିର ଅବସ୍ଥିତ ଯେଉଁଠାରେ ତୀରର ଉପରିଭାଗରେ ଶେଇଥିବା ଭୀଷ୍ମଙ୍କର ଏକ ୧୨ ଫୁଟର ମୂର୍ତ୍ତି ସ୍ଥାନ ପାଇଛି ।

Leave A Reply

Your email address will not be published.