ପ୍ରାଚୀନ କାଳର ଗର୍ଭ ପରୀକ୍ଷା

0

ଆଧୁନିକ ଯୁଗରେ ବିଭିନ୍ନ ଉପକରଣ ସବୁ ମିଳିଲାଣି ଯାହାକୁ ବ୍ୟବହାର କରି ଜାଣିହେଉଛି ଯେ ମହିଳା ଜଣଙ୍କ ଗର୍ଭଧାରଣ କରିଛନ୍ତି ନା ନାହିଁ । ସେହିପରି ପ୍ରାୟ ୩୫୦୦ ବର୍ଷ ତଳେ ମଧ୍ୟ ମହିଳା ମାନଙ୍କର ଗର୍ଭ ପରୀକ୍ଷା କରାଯାଉଥିଲା ଯେଉଁଥିରୁ, ସେ କାଳର ଲୋକେ ଜାଣିପାରୁଥିଲେ ଯେ ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି ନା ନାହିଁ । କେବଳ ସେତିକି ନୁହେଁ ମହିଳାଙ୍କ ପେଟରେ ବଢ଼ୁଥିବା ଛୁଆ ପୁଅ ନା ଝିଅ ସେ ବିଷୟରେ ମଧ୍ୟ ସେମାନେ ଅବଗତ ହୋଇପାରୁଥିଲେ ।
ନୁ୍ୟ ଇଂଲଣ୍ଡ ଏରାର ଲିଖିତ ଦସ୍ତାବେଜରେ ଏ କଥା କୁହାଯାଇଛି- ‘ପୂର୍ବକାଳରେ ଗର୍ଭ ପରୀକ୍ଷା ହେଉଥିଲା ବୋଲି ।’ ଆଖି ସମ୍ବନ୍ଧୀୟ ଅନେକ ରୋଗ ବିଷୟରେ ମଧ୍ୟ ଏ ଦସ୍ତାବେଜରେ ଉଲ୍ଲେଖ କରାଯାଇଛି । ଦସ୍ତାବେଜ ମୁତାବକ ଖ୍ରୀଷ୍ଟ.ପୂ ୧୫୦୦ରୁ ୧୩୦୦ ଭିତରେ ଗର୍ଭବତୀ ମହିଳାମାନଙ୍କ ପରିସ୍ରାକୁ ଜଅ ଓ ଗହମର ଏକ ବ୍ୟାଗରେ ଢାଳାଯାଉଥିଲା । କିଛି ଦିନପରେ ଏହି ବ୍ୟାଗକୁ ଖୋଲାଯାଉଥିଲା । ଯଦି ଗହମ ବା ଜଅରୁ ଗଜା ଉତ୍ପନ୍ନ ହେଉଥିଲା ତେବେ କୁହାଯାଉଥିଲା ଯେ ମହିଳା ଜଣଙ୍କ ଗର୍ଭବତୀ ଅଛନ୍ତି ବୋଲି । ଯଦି ଗହମ ଓ ଜଅରେ ଗଜା ବାହାରି ନ ଥିଲା ସେମାନେ କହୁଥିଲେ ଯେ ମହିଳା ଗର୍ଭବତୀ ନାହାନ୍ତି ।
ମହିଳାଙ୍କ ଗର୍ଭରେ ପୁଅ ଅଛି ବା ଝିଅ ଅଛି ତା’ ଚିହ୍ନଟ କରିବା ପାଇଁ , ଗର୍ଭବତୀଙ୍କ ପରିସ୍ରା ଢଳା ଯାଇଥିବା ଗହମ ଓ ଜଅ ବ୍ୟାଗରେ ଯଦି ଜଅ’ଗଜା ଦେଖାଯାଏ ତେବେ କୁହାଯାଏ ଯେ ପୁଅ ହେବ, ଯଦି ଗହମରୁ ଗଜା ବାହାରେ ତେବେ କୁହା ଯାଉଥିଲା ଝିଅ ହେବ ବୋଲି ।

Leave A Reply

Your email address will not be published.