ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇ ଯୋଗ କଲେ ବାବା ରାମଦେବ

0

ଜୟପୁର,୧୬/୪: ଯୋଗଗୁରୁ ବାବା ରାମଦେବ ଏମିତିତ ଟେଲିଭିଜନ ଚ୍ୟାନେଲ ହେଉ ଅବା କୌଣସି ସାକ୍ଷାତ୍‌କାର ସମୟରେ ଯୋଗ କରୁଥିବା ଦେଖିବାକୁ ମିଳିଛି। ଏଥର କିନ୍ତୁ ବାବା ଏମିତି ଜାଗାରେ ଯୋଗ କରିଛନ୍ତି ଯାହା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜନୀତି ମଇଦାନ ସରଗରମ ଥିବା ବେଳେ ବାବା ରାମଦେବ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲ କରିବାକୁ ତାଙ୍କ ସହ ଯାଇଥିଲେ। ଆଉ ସେଠାରେ ପହଞ୍ଚିବା ପରେ ସେ ରିଟର୍ଣ୍ଣି ଅଫିସରଙ୍କ ସାମ୍ନାରେ ହିଁ ଅନୁଲୋମ-ବିଲୋମ ଆରମ୍ଭ କରି ଦେଇଥିଲେ। ସୂଚନାଯୋଗ୍ୟ, ବାବା ରାମଦେବ ମଙ୍ଗଳବାର ଭାଜପା ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଠୋଡ ରାଜସ୍ଥାନର ଏକ ଗାଉଁଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଉ ତାଙ୍କୁ ସମର୍ଥନ କରି ବାବା ରାମଦେବ ମଙ୍ଗଳବାର ଜୟପୁର ପହଞ୍ଚିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କର ଯୋଗ କରିବା ଦେଖି ସମ୍ପୂର୍ଣ୍ଣ ପରିବେଶ ବଦଳି ଯାଇଥିଲା।

Leave A Reply

Your email address will not be published.