ପୁରୀ,୨୨/୧: ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ସୋମବାର ଶେଷ ହୋଇଛି। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳରାମଙ୍କ ଉଦ୍ଦେଶ୍ୟରେ ଦେଇଥିବା ନିନ୍ଦା ସୂଚକ ଶବ୍ଦ ପାଇଁ ଅନୁତାପ କରି ପ୍ରାୟଶ୍ଚିତ ପାଇଁ ସେ ଶ୍ରୀକ୍ଷେତ୍ର ଆସିଛନ୍ତି। ମହୋଦଧିରେ ସ୍ନାନ କରି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସାକ୍ଷାତ୍ କରିବେ। ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିବାର କାର୍ଯ୍ୟକ୍ରମ ରହିଛି।