ପ୍ରିୟଙ୍କା ଜଣେ ଚୋରଙ୍କ ସ୍ତ୍ରୀ : ଉମା ଭାରତୀ

0

ରାୟପୁର, ୧୭/୪: ଲୋକ ସଭା ନିର୍ବାଚନରେ ରାଜନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି ମର୍ମରେ ଭାଜପାର ଫାୟାର ବ୍ରାଣ୍ଡ୍‌ ନେତ୍ରୀ ଉମା ଭାରତୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରିୟଙ୍କା ଜଣେ ଚୋରଙ୍କ ସ୍ତ୍ରୀ ବୋଲି ଉମା ଆକ୍ଷେପ କରିଛନ୍ତି। ଛତିଶଗଡ଼ ଦୁର୍ଗ ଲୋକ ସଭା ଆସନରେ ପ୍ରଚାର ସମୟରେ ଉମା ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି। ରାହୁଲ ଆମେଠି ସହିତ ବାୟନାଡରୁ ନାମାଙ୍କନ କରିବା ଉପରେ ଉମା କହିଛନ୍ତି ଯେ ସେ ଦଳର ଅଧ୍ୟକ୍ଷ ବୋଲି ନିଜ ଇଛା ଅନୁସାରେ ଏକାଧିକ ଆସନରୁ ନିର୍ବାଚନ ଲଢୁଛନ୍ତି। ଏହା ପରିବର୍ତ୍ତେ ରାହୁଲ ପରାଜୟ ସ୍ବୀକାର କରିନେବା ଉଚିତ ବୋଲି ଉମା କହିଛନ୍ତି।

Leave A Reply

Your email address will not be published.