ନୂଆଦିଲ୍ଲୀ,୧୧।୧୨: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ଶଟ୍ ବ୍ରେକ୍ ନେଇ ହନିମୁନ୍ ପାଇଁ ପ୍ରିୟଙ୍କା-ନିକ୍ ଓମାନ ଯାଇଛନ୍ତି। ସେମାନଙ୍କର ହନିମୁନ୍ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଓମାନର ସମୁଦ୍ରକୂଳରେ ପାନପତ୍ର ମଧ୍ୟରେ ପିସିଜେ ଲେଖାଥିବା ଫଟୋ ସହିତ ଅନ୍ୟ କେତେକ ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ ହୋଇଛି। ପ୍ରିୟଙ୍କା-ନିକ୍ଙ୍କ ବାହାଘର ପରି ହନିମୁନ୍ ଫଟୋ ଏବେ ବେଶ୍ ଚର୍ଚ୍ଚାରେ ରହିଛି।