ପ୍ରେମ ଭୂତ

0

ପ୍ରେମକୁ ନେଇ ସମସ୍ତଙ୍କ ଭାବନା ଭିନ୍ନ ଭିନ୍ନ । କିନ୍ତୁ ନିକଟରେ ଏକ ଖବର କାଗଜରେ ରୋଚକ ଖବର ପ୍ରକାଶିତ ହୋଇଛି ଯାହାକୁ ଶୁଣିଲେ ଦେହ ଏବଂ ମନ ଶିହରି ଉଠିବ । ଉତ୍ତରପ୍ରଦେଶର ସହାରନପୁରରେ ଅବସ୍ଥିତ ହନୁମାନ ମନ୍ଦିରରେ ପ୍ରେମିକ ଏବଂ ପ୍ରେମିକାଙ୍କର ଭଲପାଇବାର ଭୂତକୁ ବାହାର କରିଦିଆଯାଇଥାଏ । ପ୍ରେମିକା କିମ୍ବା ପ୍ରେମୀ କେବେ ମଧ୍ୟ ସେଇ ମନ୍ଦିରକୁ ଯିବାର ସାହସ କରନ୍ତି ନାହିଁ । ଏବଂ ତାଙ୍କ ମଧ୍ୟରେ ଏକ ଅଜଣା ଭୟ ସବୁବେଳେ ରହିଥାଏ ଯେ, ଏହି ମନ୍ଦିରରେ ପ୍ରେମକୁ ଭୂତ ବୋଲି ମନେକରାଯାଏ । ଏଥିପାଇଁ ପ୍ରେମିକ ଏବଂ ପ୍ରେମିକାର ମୁଣ୍ଡରୁ ପ୍ରେମକୁ ବାହାର କରିଦିଆଯାଏ । ପ୍ରେମକୁ ରୋଗ ବୋଲି ଭାବି ଏହି ମନ୍ଦିରରେ ତା’ର ପ୍ରତିକାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଏହି ମନ୍ଦିରକୁ ବହୁତ ଦୂରଦୂରାନ୍ତରୁ ଲୋକ ନିଜର ଜ୍ଞାତିକୁଟୁମ୍ବଙ୍କ ମୁଣ୍ଡରୁ ପ୍ରେମ ନାମକ ଭୂତକୁ ଦୂର କରିବା ପାଇଁ ଆସିଥାନ୍ତି । ଶନିବାର ଏବଂ ମଙ୍ଗଳବାର ମନ୍ଦିରର ପୂଜକ ସ୍ୱତନ୍ତ୍ର ପୂଜାବିଧି କରିବା ସହିତ ପରିବାର ଲୋକଙ୍କୁ କିଛି ଉପାୟ ମଧ୍ୟ କହିଥାନ୍ତି । ଶୁଣାକଥା ହିସାବରେ ଏହିସବୁ ଉପାୟ କରିବା ଦ୍ୱାରା ପ୍ରେମିକ ଏବଂ ପ୍ରେମିକାଙ୍କ ମୁଣ୍ଡରୁ ଅତୁଟ ପ୍ରେମ ମଧ୍ୟ ବାହାରିଯାଇଥାଏ, ତେଣୁ ଏହି ମନ୍ଦିରକୁ ଯିବା ପାଇଁ ପ୍ରେମୀଯୁଗଳ ଭୟ କରନ୍ତି ।

Leave A Reply

Your email address will not be published.