ସାରା ଦେଶରେ ମଦ ବନ୍ଦକୁ ନେଇ ନାରାବାଜି ଚାଲିଥିବା ବେଳେ କେତେକ ରାଜ୍ୟ ଏହାକୁ ଅନୁସରଣ କରି ରାଜ୍ୟରୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗତ ବର୍ଷ ବିହାରରେ ମଦ ଉପରେ ରୋକ ଲଗାଯାଇଛି । ସରାବବନ୍ଦୀ ନାରା ପାଇଁ ଅନେକଙ୍କ ଜୀବନରେ ଏବେ ଆସିଛି ସକାରାତ୍ମକ ପରିବର୍ତ୍ତନ । ସରାବବନ୍ଦୀ ପରେ ବେଗୁସରାୟର ଏମିତି ଏକ ଘଟଣା ଘଟିଛି ଯାହା ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରେରଣାଦାୟୀ । ପୂର୍ବରୁ ସଞ୍ଜୟ ମଦ ବ୍ୟବସାୟ କରୁଥିଲେ । ୪୦ଟି ମଦ ଦୋକାନ ଚଳାଉଥିଲେ ସଞ୍ଜୟ, ବ୍ୟବସାୟରେ ଏତେ କୁଶଳ ଥିଲେ ଯେ, ତାଙ୍କୁ ମାତ୍ ଦେବା ଭଳି କୋðଣସି ବ୍ୟକ୍ତି ନ ଥିଲେ । କି;ୁ ବିହାରରେ ସରାବବନ୍ଦୀ ନାରା ଚାଲିବା ପରେ ବ୍ୟବସାୟ ଠପ୍ ହୋଇଯାଇଥିଲା ଏବଂ ଖୁବ୍ ଦୁଃଖି ହୋଇଯାଇଥିଲେ ସଞ୍ଜୟ । ମଦ ବ୍ୟବସାୟ ବନ୍ଦ ପରେ ସଞ୍ଜୟ ମିଠା ଦୋକାନ ଦେବାର ଚିନ୍ତା କଲେ ଏବଂ ଏଥିରେ ସଫଳ ମଧ୍ୟ ହେଲେ । ଏବେ ସଞ୍ଜୟଙ୍କ ଦୋକାନ୍ରେ ୭୦ରୁ ଉଦ୍ଧ୍ୱର୍ ପ୍ରକାରର ମିଠା ପ୍ରସ୍ତୁତ ହେଉଛି । ଆଉ ନିଜ ବ୍ୟବସାୟକୁ ନେଇ ସଞ୍ଜୟ ବି ଖୁବ୍ ଖୁସି ଅଛନ୍ତି ।