ଫାଟିଗଲା ମୋବାଇଲ ବ୍ୟାଟେରୀ, ଦୁଇ ଭାଇ ଗୁରୁତର

ଖଲ୍ଲିକୋଟ,୨୦/୧୧ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀ ଗାଁରେ ମୋବାଇଲ ବ୍ୟାଟେରୀ ଫାଟିବାରୁ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଦୁଇ ଭାଇଙ୍କୁ ଖଲ୍ଲିକୋଟରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ବୁଧବାର ଦୁଇ ନାବାଳକ ଭାଇ ଘରେ ମୋବାଇଲ ବ୍ୟାଟେରୀରେ ଖେଳୁଥିବା ବେଳେ ଏହା ଅଚାନକ ଫାଟି ଯାଇଥିଲା। ଉଭୟଙ୍କ ଗୋଡ଼, ହାତ, ମୁହଁରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ଖଲ୍ଲିକୋଟରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।