ଫାଶୀ ଲଗାଇଲେ ଯୁବ ଆଥଲେଟ

ନୂଆଦିଲ୍ଲୀ, ୧୪/୧୧: ଦିଲ୍ଲୀସ୍ଥିତ ଜବାହରଲାଲନ୍‌ ନେହେରୁ ଷ୍ଟାଡ଼ିୟମ୍‌ରେ ଥିବା ହଷ୍ଟେଲ୍‌ରେ ଜଣେ ଯୁବ ଆଥଲେଟ୍‌ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ୧୮ ବର୍ଷୀୟ ଯୁବକ ଜଣକ ହେଲେ ପରବିନ୍ଦର ଚୌଧୁରୀ । ହଷ୍ଟେଲରେ କେହି ନଥିବା ବେଳେ ପରବିନ୍ଦର ସିଲିଙ୍ଗ ଫ୍ୟାନ୍‌ରେ ଝୁଲିପଡ଼ିବା ଘଟଣା ଜଣାପଡ଼ିବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ମଙ୍ଗଳବାର ସକାଳେ ପରବିନ୍ଦରଙ୍କର ତାଙ୍କ ବାପାଙ୍କ ମଧ୍ୟରେ ଫୋନ୍‌ରେ ଯୁକ୍ତିତର୍କ ହୋଇଥିଲା । ପରେ ଭଉଣୀ ହଷ୍ଟେଲକୁ ଆସି ତାଙ୍କୁ ବିଝାସୁଝା କରିଥିଲେ । ହେଲେ ପରିବିନ୍ଦର କାହାରି କଥା ନ ଶୁଣି ଶେଷରେ ମୃତୁ୍ୟକୁ ବାଛିନେଇଥିଲେ ।