ଫିଟ୍‌ ଶରୀର ପାଇଁ ସର୍ବାଙ୍ଗାସନ

0

ମୋଟା କମ୍ବଳ ବିଛାଇ ଚିତ୍‌ ହୋଇ ଶୋଇ ପଡ଼ନ୍ତୁ । ଯେପରି ମୁଣ୍ଡ ଓ ପିଠି ଭୂମିରେ ଲାଗି ରହିବ । ପାଦ ଦୁଇଟିକୁ ଯୋଡ଼ି ନ ଭାଙ୍ଗି ସିଧା ଭାବରେ ଉପରକୁ ଉଠାନ୍ତୁ । ଗ୍ରୀବାଠାରୁ ସମସ୍ତ ଶରୀର ଉପରକୁ ସିଧା ରହିବା ଉଚିତ୍‌ । ଦୁଇ ହାତ ଦ୍ୱାରା ଅଣ୍ଟାକୁ ତଳପଟୁ ଠେଲି ଧରନ୍ତୁ । କହୁଣୀର ଭାର କମ୍ବଳ ଉପରେ ରହିବା ଉଚିତ୍‌ । ଓଠକୁ ଛାତି ଉପରେ ଚିପି ଧରନ୍ତୁ । ମୁଣ୍ଡ, ବେକ, ପିଠିର ଉଦ୍ଧ୍ୱର୍ାଂଶ ଏବଂ କହୁଣୀ ପର୍ଯ୍ୟନ୍ତ ଦୁଇଟି ଭୂମିରେ ଲାଗି ରହିବା ଉଚିତ୍‌ । ଦୃଷ୍ଟି ପାଦର ବୁଢ଼ା ଅଙ୍ଗୁଳିରେ କେନ୍ଦି୍ରତ ହୋଇଥିବା ଦରକାର । ମନକୁ ଗଳା ଦେଶସ୍ଥ ଥାଇରଏଡ଼୍‌ ଗ୍ରନ୍ଥି ଉପରେ ଏକାଗ୍ର ରଖିବାକୁ ହେବ । ଶରୀରର ସମସ୍ତ ଭାର କେବଳ କାନ୍ଧ ଉପରେ ରହିବା ଉଚିତ୍‌ । ଏହି ଆସନ ପରେ ମସି୍ୟାସନ କରିବା ଆବଶ୍ୟକ । ଗର୍ଭାବସ୍ଥା ଓ ଋତୁକାଳରେ ନାରୀମାନେ ଏହି ଆସନ କରିବା ଉଚିତ୍‌ ନୁହେଁ । ଧୀରେ ଧୀରେ ସାବଧାନତା ସହକାରେ ଗୋଡ଼ ଉପରକୁ ଉଠାଇବେ । ଏହି ଆସନ କରିବା ଫଳରେ ମସ୍ତିଷ୍କ, ଫୁସ୍‌ଫୁସ୍‌, ଧମନୀ ଶିରା ସୁସ୍ଥ ସବଳ ରହେ, ଶ୍ୱସନ ତନ୍ତ୍ର, ପାଚନ ତନ୍ତ୍ର ସକି୍ରୟ ହୁଏ, ରକ୍ତ ସଞ୍ଚାଳନ ସଠିକ୍‌ ରୂପେ ହୁଏ, ଆଖି, ନାକ, କାନ, ଗଳା, ହୃଦୟ ବିକାର ନଷ୍ଟ ହୁଏ, ଗର୍ଭାଶୟ ବିକୃତି ଦୂର ହୁଏ, ଶାରୀରିକ ଦୁର୍ବଳତା, ଅର୍ଶ, ବାତ ଭଲ ହୁଏ, ମ୍ୟାଲେରିଆ ଉପଶମ ହୁଏ, କୁଷ୍ଠରୋଗ ଆରୋଗ୍ୟ ହୁଏ, କଫ ଦୂର ହୁଏ, ମେଦ ହ୍ରାସ ହୁଏ, ପାଦର ସମସ୍ତ ଯନ୍ତ୍ରଣା ଦୂର ହୁଏ, ମେରୁଦଣ୍ଡ ସୁସ୍ଥ ରହେ, ଯୌବନ ଦୀର୍ଘସ୍ଥାୟୀ ରହିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.