ଭୁବନେଶ୍ୱର,୨୭/୧୨: କଂଗ୍ରେସର ନିର୍ବାଚନୀ ଇସ୍ତାହାର ୨୦୧୯ ଫେବୃଆରୀ ସୁଦ୍ଧା ଚୁଡ଼ାନ୍ତ ହେବ। ଗୁରୁବାର କଂଗ୍ରେସ ଭବନ ଠାରେ ଏନେଇ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ବସିଥିଲା। ଏଥିରେ ସାଧାରଣ ଲୋକଙ୍କର ମତାମତକୁ ଭିତି କରି ଇସ୍ତାହାର ପ୍ରକାଶ କରିବାକୁ ନିଷ୍ପତି ହୋଇଛି। ହ୍ୱାଟ୍ସ ଆପ୍ରେ ଓ ‘କଂଗ୍ରେସ ପାଇଁ ସ୍ୱର’ ୱେବ୍ସାଇଟ୍ରେ ମତ ମାଗାଯିବ । ଲୋକମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କର ମଧ୍ୟ ମତାମତ ନିଆଯିବ । ୨୦୧୯ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ବୈଠକ ବସିବ ବୋଲି ଶ୍ରୀ ପଟ୍ଟନାୟକ କହଛନ୍ତି। ସାଧାରଣଲୋକଙ୍କ ମତ ନେଇ ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି ନିରଞ୍ଜନ କହିଛନ୍ତି। କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।