ଫେବୃଆରୀ ସୁଦ୍ଧା ପ୍ରକାଶ ପାଇବ କଂଗ୍ରେସର ପ୍ରାର୍ଥୀ ତାଲିକା : ନିରଂଜନ ପଟ୍ଟନାୟକ

0

ଭୁବନେଶ୍ୱର, ୯/୨: ସାଧାରଣ ନିର୍ବାଚନ ନେଇ ରାଜ୍ୟରେ ଏବେ ଜାଗି ଉଠିଛି କଂଗ୍ରେସ। ରାହୁଲ ଗାନ୍ଧୀଙ୍କ କ୍ରମାଗତ ଓଡ଼ିଶା ଗସ୍ତକୁ ନେଇ କର୍ମୀ ମହଲରେ ଉତ୍ସାହ ପରିଲଖିତ ହୋଇଛି। ଦଳ ଏବେ ଆଭ୍ୟନ୍ତରୀଣ କନ୍ଦଳରୁ ଉପରକୁ ଉଠି ନିର୍ବାଚନ ପ୍ରତି ମନୋନିବେଶ କରିଛି। ଏହି ପରିପ୍ରେକ୍ଷୀରେ ଫେବୃଆରୀ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଆଇସିସି ବୈଠକରେ ଯୋଗ ଦେବାପରେ ପ୍ରକାଶ କରିଛନ୍ତି । ଏହାସହ ଶ୍ରୀ ଗାନ୍ଧୀ ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ରାଜ୍ୟ ସଭାପତି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.