ଫେବୃଆରୀ ୧୫ରୁ କଂଗ୍ରେସର ଟିକେଟ ବଂଟନ ଆରମ୍ଭ ହେବ : ଜିତେନ୍ଦ୍ର ସିଂ

0

ଭୁବନେଶ୍ୱର,୨୩/୧: ଫେବୃଆରୀ ୧୫ ସୁଦ୍ଧା କଂଗ୍ରେସର ଟିକଟ ବଂଟନ ଆରମ୍ଭ ହେବ । ଏବେ ପ୍ରକ୍ରିୟା ଚାଲିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ।

ଆଜି ପିସିସି କାର୍ଯ୍ୟାଳୟରେ ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଏବେ ଟିକେଟ କାହାକୁ ଦିଆଯିବ ତାହାର ପ୍ରକ୍ରିୟା ଚାଲିଛି । ୧୫ ସୁଧା ଏହା ଶେଷ ହେବ । ଆସନ୍ତା ମାସ ୧୫ ତାରିଖ ପରେ ଟିକେଟ ବଂଟନ କରାଯିବ । ଏହାସହ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କୁଶାସନ କାୟା ବିସ୍ତାର କରୁଛି । ରାଜ୍ୟରୁ ନବୀନ ପଟ୍ଟନାୟକ ହଟିବା ଦରକାର ।
ପୂର୍ବ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ସେ କଡା ସମାଲୋଚନା କରି ସେ କହିଛନ୍ତି ଯେ ଦଳର ଆୟାରାମ ଗୟାରାମଙ୍କ ପାଇଁ ଚିନ୍ତା ନାହିଁ । ବିକଳ୍ପ ସଦାବେଳେ ଖୋଲା ରହିଛି । ସେ ରାହୁଲଙ୍କ ପୋଲ ଖୋଲିବା ଆଗରୁ କଂଗ୍ରେସ ତାଙ୍କ ପୋଲ ଖୋଲିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.