ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

0

ଭୁବନେଶ୍ୱର,୩୦/୧ : ଆସନ୍ତା ୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପଶ୍ଚିମ ଓଡିଶାର ଭବାନୀପାଟଣା ଓ ରାଉରକେଲାରେ ହେବାକୁ ଥିବା ଦୁଇଟି ସମାବେଶରେ ସେ ଯୋଗଦେବେ। ଦୁଇ ବିଧାୟକ ନବ ଦାସ ଓ ଯୋଗେଶ ସିଂ ଦଳ ଛାଡିବା ପରେ କଂଗ୍ରେସର ଗଡ ଥିବା ପଶ୍ଚିମ ଓଡିଶାରେ ଦଳ ଦୁର୍ବଳ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଠିକ୍ ଏହିଭଳି ସମୟରେ ପଶ୍ଚିମ ଓଡିଶାରେ ସମାବେଶ କରି ଦଳକୁ ଶକ୍ତିଶାଳୀ କରିବାକୁ ରାହୁଲ ଆସୁଛନ୍ତି ।

ତେବେ ଆଗାମୀ ଓଡିଶା ଗସ୍ତରେ ରାହୁଲ କଣ କହିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । କାରଣ ତମାଣ୍ଡୋ ସଭାରେ ରାହୁଲଙ୍କ ତୀର ଯେଉଁଭଳି ଉଭୟ ବିଜେଡି ଓ ବିଜେପିକୁ କ୍ଷତାକ୍ତ କରିଥିଲେ ତାହାର କ୍ଷତ ଏଯାଏଁ ଶୁଖିନି । ତମାଣ୍ଡୋରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ସିଧାସଳଖ ହମଲା କରିଥିଲେ ରାହୁଲ । ବିଜେଡି ବିରୋଧରେ ଲମ୍ବା ଅଭିଯୋଗଫର୍ଦ୍ଦ ଧରି ଦିଲ୍ଲୀରୁ ଆସିଥିଲେ ରାହୁଲ । ବିଜେଡି ସରକାରଙ୍କ ରିମୋଟ ମୋଦି ସରକାର ଚଳାଉଥିବା ବେଳେ ରାଜ୍ୟରେ ଅମଲା ଶାସନ ଚାଲୁଛି ବୋଲି କହି ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ।

Leave A Reply

Your email address will not be published.