କଟକ,୧/୨: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ସକାଳ ୧୦ଟା ସମୟରୁ ପରୀକ୍ଷା ଆରମ୍ଭ ହେବ। ଯଦିଓ ପୂର୍ବ ବର୍ଷଗୁଡ଼ିକରେ ପୂର୍ବ ଦିନରୁ ସେଣ୍ଟରକୁ ପ୍ରଶ୍ନ ପତ୍ର ଯାଉଥିଲା ଏବର୍ଷ କିନ୍ତୁ ସେପରି ହେବ ନାହିଁ। ପ୍ରଶ୍ନପତ୍ର ପ୍ରଘଟ ହେଉଥିବା ହେତୁ ପରୀକ୍ଷା ଦିନ ସକାଳୁ ସକାଳୁ ହିଁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ ବୋଲି ସୂଚନା ରହିଛି। ଏ ବର୍ଷ ସମୁଦାୟ ୨୮୩୦ ସେଣ୍ଟର୍ରେ ୫ ଲକ୍ଷ ୪୫ ହଜାର ୩୬୪ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷାର୍ଥୀମାନେ ଫେବ୍ରୁଆରି ୮ ତାରିଖରୁ ବୋର୍ଡ େଓ୍ଵବ୍ସାଇଟ୍ରୁ ଆଡମିଟ୍ କାର୍ଡ ଡାଇନ୍ଲୋଡ କରି ସଂଗ୍ରହ କରିପାରିବେ। ଦିନରୁ ଦୁଇଟି ସିଟିଂ ଲେଖାଏଁ ପରୀକ୍ଷା ହେବ ବୋଲି ସୂଚନା ରହିଛି।