ସ୍ଥଳ ପଥରୁ ୧୬୦ ଫୁଟ୍ ଉଚ୍ଚରେ ତିଆରି ହୋଇଛି ଅଦ୍ଭୁତ ରେଷ୍ଟୁରାଣ୍ଟ୍ ‘ଫ୍ଲାଏ ଡାଇନିଂ’ । ଏହି ରେଷ୍ଟୁରାଣ୍ଟ୍ରେ ଗ୍ରାହକଙ୍କୁ ମଝି ଆକାଶରେ ଖାଇବାର ଏକ ସ୍ୱତନ୍ତ୍ର ସୁଯୋଗ ଦିଆଯାଉଛି ।
ବେଙ୍ଗାଲୁରୁରେ ଖୋଲିଥିବା ଏହି ରେଷ୍ଟୁରାଣ୍ଟରେ ଏକକାଳୀନ ୨୨ ଜଣଙ୍କ ପାଇଁ ନୈଶ୍ୟ ଭୋଜନ ବ୍ୟବସ୍ଥା ରହିଛି । ଏମାନଙ୍କୁ ମଝି ଆକାଶରେ ଖାଦ୍ୟ ପରଷିବା ସେବା ନିମନ୍ତେ ରେଷ୍ଟୁରାଣ୍ଟ୍ ପକ୍ଷରୁ ୪ରୁ ୫ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ବେଙ୍ଗାଲୁରୁର ଏହି ରେଷ୍ଟୁରାଣ୍ଟରେ ମାତ୍ର ୩୦ ମିନିଟ୍ ଅବଧିର ଡିନର୍ ପାଇଁ ଗ୍ରାହକଙ୍କୁ ଜଣ ପିଛା ୩,୯୯୯ ଟଙ୍କା ଦେୟ କରିବାକୁ ପଡିଥାଏ । ଆଉ ଘଣ୍ଟାଏ ଯାଏ ମଝି ଆକାଶରେ ଡିନର୍ର ମଜା ନେବାକୁ ହେଲେ ଘଣ୍ଟା ପ୍ରତି ଗ୍ରାହକଙ୍କୁ ୬,୯୯୯ ଟଙ୍କା ଦେବାକୁ ହେବ ।
Prev Post
Next Post