ବଂଶବାଦକୁ ଦାୟୀ କଲେ ଆରଜେଡି ନେତା : ତେଜସ୍ବୀଙ୍କ ଇସ୍ତଫା ଦାବି

0

ପାଟନା,୨୭/୫: ଲୋକସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଦଳ ବିରୋଧୀ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନିର୍ବାଚନରେ ଲଜ୍ଜାଜନକ ପରାଜୟର ଦାୟିତ୍ୱ ନେବା ସହ ବିରୋଧୀ ଦଳର ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳର ନେତା ମହେଶ ଯାଦବ କହିଛନ୍ତି। ଲୋକେ ଏବେ ବଂଶବାଦ ରାଜନୀତିକୁ ନେଇ ଚିନ୍ତାରେ ଥିବା ବେଳେ ବହୁ ବିଧାୟକ ଏଥିରେ ରହି ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ଯଦି ବଂଶବାଦ ରାଜନୀତି ଶେଷ ନ ହୁଏ ତେବେ ବହୁ ନେତା ଦଳରୁ ଦୂରେଇ ଯିବେ ବୋଲି ମହେଶ କହିଛନ୍ତି।

Leave A Reply

Your email address will not be published.