ବଡମ୍ବାରେ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା

0

କଟକ, ୧୭/୪: କଟକ ବଡମ୍ବାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ପ୍ରଚାର କାର୍ଯ୍ୟକ୍ରମରେ ସେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି । ଉପକୂଳ ଅଂଚଳରୁ ଅନେକ ବ୍ୟକ୍ତି ରାଜ୍ୟ ବାହାରକୁ ଯାଉଛନ୍ତି । ସୁରତରେ ଅଧିକ ଓଡିଆ କାମ କରୁଛନ୍ତି । ନିଜ ପରିବାର ଛାଡି ଯାଉଛନ୍ତି । ନବୀନ ସରକାର ୨୦ ବର୍ଷ ହେଲା କୌଣସୀ ରୋଜଗାର ଦେଇ ନାହାନ୍ତି । କଂଗ୍ରେସ ଏବଂ ବିଜେଡି ରାଜ୍ୟରେ ନିଯୁକ୍ତ ସୃଷ୍ଟି କରିପାରି ନାହାନ୍ତି । ବିଜେପି ସରକାର ହେଲେ କେହି ରାଜ୍ୟ ବାହାରକୁ ଯିବେ ନାହିଁ । ଓଡିଶା ପ୍ରାକୃତିକ ସଂପଦରେ ଭରପୁର ରହିଛି । କିନ୍ତୁ ରାଜ୍ୟବାସୀ ଗରିବ । ଏହାକୁ ନବୀନଙ୍କ ଅଫିସର ଲୁଟ କରିଛନ୍ତି । ଖଣି ଆବଂଟନରେ ଭାରି ଘୋଟାଲା ହୋଇଛି । ସେମାନଙ୍କୁ ଏବଂ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ୯୦ ଦିନ ମଧ୍ୟରେ ଜେଲ ପଠାଯିବ । ମୋଦୀ ଦେଶକୁ ସୁରକ୍ଷିତ କରିଛନ୍ତି । ପୁଲୱାମା ଆକ୍ରମଣର ପ୍ରତିଶୋଧ ନିଆଗଲା । ରାହୁଲ ଗାନ୍ଧି ଏବଂ କେଗ୍ରସ ଏହାର ପ୍ରମଣା ମାଗୁଛନ୍ତି । ପାକିସ୍ତାନର ଭାଷା କହୁଛନ୍ତି । ହିନ୍ତୁ ଆତଙ୍କବାଦୀ ବୋଲି କହୁଛନ୍ତି । ନିର୍ଦୋଷ ସାଧୁ ସନ୍ଥଙ୍କୁ ଜେଲ ପଠାଇଛି । କଂଗ୍ରେସ ସାରା ଦୁନିଆରେ ଭାରତକୁ ବଦନାମ କରିଛି ।

ଶାହା ଆହୁରି କହିଛନ୍ତି କି, ରାଜ୍ୟରେ ଦୀର୍ଘ ଦିନ ଧରି ବିଜେଡି ଏବଂ କଂଗ୍ରେସ ସରକାରରେ ଥିଲେ । କିନ୍ତୁ ରାଜ୍ୟ ବିକାଶ କରିନି । ବିଜେପି ସରକାର ଆସିଲେ ୫ ବର୍ଷରେ ଦେଶର ଓଡିଶା ଏକ ନମ୍ବର ରାଜ୍ୟ ହେବ । ବିଜେପିକୁ ଭୋଟ ଦେଲେ ଏହା ସମ୍ଭବ ହୋଇପାରିବ । ଏହାସହ ସେ ବିଜେପିକୁ ଭୋଟ ଦେବା ପାଇଁ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.