ସାମଗ୍ରୀ- ଆଳୁ-୧ କିଲୋ, ବେସନ- ୨ କପ୍, ଲଙ୍କାଗୁଣ୍ଡ- ୧-୨ ଚାମଚ, ରସୁଣ ୧୦-୧୨ କୋଲା, କଞ୍ଚାଲଙ୍କା- ୪-୫ ଟି, ଧନିଆପତ୍ର- ଅଧାକପ୍, ହଳଦି ପାଉଡର- ୧ ଚାମଚ, ରାଇ- ୨ ଚାମଚ, ତେଲ- ୨ ଚମଚ, ଲୁଣ-ସ୍ୱାଦ ଅନୁସାରେ, ଛାଣିବା ପାଇଁ ତେଲ, ଆବଶ୍ୟକ ପାଓ ବ୍ରେଡ ।
ପ୍ରଣାଳୀ- ଅଦା, ରସୁଣ ଓ କଞ୍ଚାଲଙ୍କାକୁ ବାଟି ନିଅନ୍ତୁ । ଆଳୁରୁ ଚୋପା କାଢି ଚକଟି ଦିଅନ୍ତୁ । ସେଥିରେ ଏହି ବାଟଣକୁ ମିଶାନ୍ତୁ । ଲୁଣ ଓ ଧନିଆପତ୍ର ପକାଇ ହାତରେ ଭଲ ଭାବରେ ମିଶାଇ ଦିଅନ୍ତୁ । କରେଇରେ ୨ ଟେବୁଲ ଚାମଚ ତେଲ ଗରମ କର;ୁ, ରାଇ ପକାଇ ଫୁଟିଲେ ଭୂର୍ସଙ୍ଗପତ୍ର ଓ ହଳଦି ପକାନ୍ତୁ । ୧ ମିନିଟ ଭାଜି ଆଳୁ ଚକଟା ମିଶା;ୁ ଓ ଭଲ ଭାବରେ ମିଶିଯିବା ଯାଏଁ ଗୋଳାଇ କାଢି ରଖନ୍ତୁ । ବେସନରେ ଲୁଣ, ପାଣି, ହଳଦି ପକାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ଆଳୁ ଚକଟାରୁ ଟିକେ ଟିକେ ନେଇ ଚେପଟା ଆକାରର ଟିକିଆ ଗଢି ବେସନ ଗୋଳାରେ ଦେଇ ରଖନ୍ତୁ । ପାଓକୁ ମଝିରୁ କାଟି ସେଥିରେ ରସୁଣ ଚଟଣି ଲଗାଇ ଛଣା ବଢାକୁ ପାଓ ଭିତରେ ରଖି ଉପରେ ବଟର ଲଗାଇ ସେକି ଗରମ ଗରମ ପରଶନ୍ତୁ ।
Prev Post