ବଦଳିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର

0

କୋଲକାତା,୧୮/୨ : ବହୁଚର୍ଚ୍ଚିତ ଶାରଦା ଚିଟଫଣ୍ଡରେ ଜଡିତ ଥିବା କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ବଦଳି ହୋଇଯାଇଛି । ବର୍ତମାନ ଏହି ଦାୟିତ୍ୱ ଅନୁଜ ଶର୍ମାଙ୍କୁ ଦିଆଯାଇଛି । ରାଜୀବଙ୍କୁ ରାଜ୍ୟ ସିଆଇଡିକୁ ବଦଳି କରାଯାଇଥିବା ସୂଚନା ମିଳିଛି । ସୂତ୍ରାନୁସାରେ ରାଜୀବ ସିଆଇଡିର ଏଡିଜି ଭାବେ ଦାୟିତ୍ୱ ତୁଲାଇବେ ।

ପଶ୍ଚିମବଙ୍ଗ ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ଗତ କିଛିଦିନ ତଳେ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିଥିଲା । ଏହାପରେ ରାଜୀବଙ୍କ ନାମ ଚର୍ଚ୍ଚାରେ ରହିଥିଲା । ସିବିଆଇର କହିବାନୁସାରେ ରାଜୀବ ଚିଟଫଣ୍ଡ ଘୋଟାଲାରେ ସମସ୍ତ ପ୍ରମାଣ ନଷ୍ଟ କରିଦେଇଥିଲେ ।

Leave A Reply

Your email address will not be published.