ବନ୍ଦ ହେବାକୁ ଯାଉଛି ପ୍ୟାରିସ୍ର ପ୍ରଥମ ନଗ୍ନ ରେଷ୍ଟୁରାଣ୍ଟ । ଫେବୃୟାରୀ ମାସରେ ଏହା ବନ୍ଦ ହେବ ବୋଲି କୁହାଯାଉଛି । ଉଲଗ୍ନ ହୋଇ ଅନ୍ୟମାନଙ୍କ ସହ ଖାଦ୍ୟ ଖାଇବାର ଅନୁଭୂତି ଦେବାକୁ ୨୦୧୬ରେ ୪୩ ବର୍ଷିୟ ଜମଜ ମାଇକ୍ ଏବଂ ଷ୍ଟେଫ୍ନି ସାଡ ‘ଓ ନେଚୁରେଲ୍’ ନାମକ ରେଷ୍ଟୋରାଣ୍ଟ ଖୋଲିଥିଲେ । ରେଷ୍ଟୁରାଣ୍ଟରେ ଲକର୍ ସୁବିଧା, ପୋଷାକ ରଖିବାକୁ ରୁମ୍ ରହିଥିବା ବେଳେ କ୍ୟାମେରା ନିଷିଦ୍ଧ ଥିଲା । ଏଠାରେ ଅନେକ ଲୋକ ନିଆରା ଆନନ୍ଦ ଉପଭୋଗ କରୁଥିଲେ । ହେଲେ ରେଷ୍ଟୁରାଣ୍ଟର େୱଟରମାନେ ପୋଷାକ ପିନ୍ଧିବାରୁ ଗ୍ରାହକମାନେ ଏହାର ବିରୋଧ କରିଥିଲେ । ଏହାର ରେଷ୍ଟୁରାଣ୍ଟର ନାଁକୁ ସୁହାଉନାହିଁ ବୋଲି ଗ୍ରାହକମାନେ ମତ ଦେଇଥିଲେ । ଏହା ପରଠାରୁ ଧୀରେ ଧୀରେ ଏଠାକୁ ଲୋକମାନଙ୍କ ଆସିବା କମିବାରେ ଲାଗିଥିଲା ।