ବନ୍ଧାକୋବିର ଉପକାରିତା

0

* ବନ୍ଧାକୋବିରେ ସେଲୁଲୋଜ୍‌ ନାମକ ପଦାର୍ଥ ଥିବାରୁ ଏହାକୁ ନିୟମିତ ଖାଇଲେ କୋଲେଷ୍ଟ୍ରଲ ମାତ୍ରା କମାଇଥାଏ ।
* ଶରୀରର ମେଟାବଲିଜିମ୍‌ ସୁସ୍ଥ ରଖିବା ଲାଗି ପ୍ରତିଦିନ ବନ୍ଧାକୋବିର ଜୁସ୍‌ ପିଇବା ଉଚିତ୍‌ ।
* ବନ୍ଧାକୋବିରେ ଫାଇବର, କେରୋଟିନ୍‌, ଭିଟାମିନ ବି-୧, ବି-୬, କେ, ସି ବ୍ୟତୀତ ଅନେକ ପୋଷଣ ରହିଛି । ତେଣୁ ଏହାକୁ କେବଳ ଶୀତଦିନେ ଖାଇବା ଲାଭଦାୟକ । କାରଣ ଖରାଦିନେ ବନ୍ଧାକୋବିରେ ପୋକ ଲାଗିଯାଇଥାଏ ।
* ଏହା କାଶ, ପିତ୍ତ, ରକ୍ତ ବିକାର ତଥା କୁଷ୍ଠରୋଗ ନିରାକରଣ ସହ ଭୋକ ମଧ୍ୟ ବଢାଇଥାଏ ।
* ବନ୍ଧାକୋବିରେ କ୍ଷୀର ଭଳି କ୍ୟାଲସିୟମ ରହିଥାଏ । ଯାହା ହାଡ଼କୁ ମଜଭୁତ କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ । ତେଣୁ ଏହାର ରସ ସହ ଗାଜର ରସ ସମପରିମାଣରେ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
* ଦାନ୍ତ ମାଢିରୁ ରକ୍ତ ବାହାରୁଥିଲେ ବନ୍ଧାକୋବିର ପତ୍ର ଖାଇଲେ ଉପଶମ ମିଳିଥାଏ ।
* କୋଷ୍ଠକାଠିନ୍ୟରେ ଆକ୍ରାନ୍ତ ଥିଲେ ବନ୍ଧାକୋବି ଖାଆ;ୁ । ଏଥିରେ ଥିବା ତ;୍‌ୁ ହଜମ କ୍ରିୟା ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।
* କ୍ୟାନସର ଆକ୍ରାନ୍ତ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ । ବନ୍ଧାକୋବିର ସତେଜ ପତ୍ର ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରୀରକୁ କିଛି ମାତ୍ରାରେ ଉପଶମ ଦେଇଥାଏ ।
* ଆକର୍ଷଣୀୟ ଲୁକ୍‌ ଚାହୁଁଥିଲେ ଡାଏଟିଂରେ ଏହାର ଜୁସକୁ ସାମିଲ କର;ୁ । ବନ୍ଧାକୋବିରେ ଥିବା ଭିଟାମିନ ଇ ଏବଂ ସିଲିକନ୍‌ ନୂଆ କେଶ ଉଠିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.