ଶ୍ରୀନଗର,୧୯/୨: ଜମ୍ମୁ-କଶ୍ମୀର ପୁଲଓ୍ବାମା ଘଟିଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଶହେ ଘଣ୍ଟା ମଧ୍ୟରେ ନିଆଯାଇଛି। ଏକ ଖବରଦାତା ସମ୍ମିଳନୀରେ ମଙ୍ଗଳବାର ଜେନେରାଲ କେ.ଜେ.ଏସ୍. ଦିଲ୍ଲନ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଚେତାବନୀ। ବନ୍ଧୁକ ଉଠାଇଲେ ସେନା ସମ୍ପୃକ୍ତ ଯୁବକଙ୍କର ଏନ୍କାଉଣ୍ଟର କରିବ ବୋଲି ସେ କହିଛନ୍ତି। ଆତଙ୍କବାଦର ରାସ୍ତା ଛାଡ଼ି ଆତ୍ମସମର୍ପଣ କରିବାକୁ ସେ ସ୍ଥାନୀୟ ଯୁବକଙ୍କୁ ଅନୁରୋଧ କରିଛନ୍ତି। ଆତଙ୍କବାଦୀ ହୋଇଥିବା ଯୁବକଙ୍କୁ ବୁଝାଇବା ପାଇଁ ଜେନେରାଲ ସମ୍ପୃକ୍ତ ପରିବାର ବର୍ଗଙ୍କୁ କହିଛନ୍ତି।