ବଲିଉଡ୍କୁ ପ୍ରାୟ ୪ ବର୍ଷ ପରେ ଫେରିଛନ୍ତି ବବି ଦେଓଲ୍ । ବବିଙ୍କ ଫିଲ୍ମି କ୍ୟାରିୟର ସେତେ ପ୍ରଭାବଶାଳୀ ନୁହେଁ । କିନ୍ତୁ ବବି ଅଭିନୟ କରିବା ଛାଡ଼ି ନାହାନ୍ତି କୌଣସି ନା କୌଣସି ଫିଲ୍ମରେ ସେ ଅଭିନୟ କରି ତାଙ୍କ ଅଭିନୟର ଜଲ୍ୱା ଦର୍ଶକଙ୍କ ପାଖରେ ପହଞ୍ଚାଉଛନ୍ତି । ନିକଟରେ ବବି ହାଇ ବଜେଟ୍ ଫିଲ୍ମ ‘ରେସ୍ ୩’ରେ ଦେଖାଯାଇଥିଲେ । ଫିଲ୍ମରେ ବବିଙ୍କ ସହ ସଲମାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍ରେ ରେକର୍ଡ କରିବାରେ ଫେଲ୍ ମାରିଥିଲା । ଏବେ ଆଉଥରେ ସଲ୍ଲìଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ବବି । ସଲମାନଙ୍କ ଫିଲ୍ମ ‘ଦବଙ୍ଗ ୩’ରେ କାମ କରିବାକୁ ଯାଉଛନ୍ତି ସେ। ତେବେ ଫିଲ୍ମରେ ବବିଙ୍କୁ ନେବା ପାଇଁ ନିଜେ ମଲମାନ କହିଛନ୍ତି । ସେପଟେ ବବି ଓ ସଲମାନ ଦୁହେଁ ଭଲ ବନ୍ଧୁ ହୋଇଥିବାବେଳେ ଧର୍ମେନ୍ଦ୍ରଙ୍କୁ ଖୁବ୍ ପସନ୍ଦ କରନ୍ତି ସଲମାନ । ସଲମାନଙ୍କ ଏ ନିଷ୍ପତୀ ଦେଖି ଲାଗୁଛି ଯେମିତି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବବିଙ୍କ ବୁଡିଯାଉଥିବା କ୍ୟାରିୟରକୁ ବଞ୍ଚାଇବାର ପ୍ରଚେଷ୍ଟା ଚଳାଇଛନ୍ତି ସଲମାନ । ଏପର୍ଯ୍ୟନ୍ତ ‘ଦବଙ୍ଗ୩’ର ଶୁଟିଂ ଆରମ୍ଭ ହୋଇ ନାହିଁ । ସଲମାନଙ୍କ ଅପ୍କମିଂ ଫିଲ୍ମ ‘ଭାରତ’ ରିଲିଜ୍ ହେବାପରେ ‘ଦବଙ୍ଗ୩’ର ଶୁଟିଂ ଆରମ୍ଭ କରାଯିବ । ବବି ଏଥିରେ ସଲମାନଙ୍କ ଜଣେ ଖାସ୍ ବନ୍ଧୁ ଭାବେ ଅଭିନୟ କରିବାକୁ ଥିବାବେଳେ ସୋନାକ୍ଷୀ ଏଥିରେ ପାଲଟିବେ ସଲମାନଙ୍କ ରିଲ୍ ନାୟିକା । ବବି ଏବେ ତାଙ୍କର ଅପ୍କମିଂ ଫିଲ୍ମ ‘ହାଉସ୍ପୁଲ୍ ୪’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ।