ବର ସାଜିବେ ବରୁନ

0

ବଲିଉଡ୍‌ କଳାକାର ନିଜ ଫିଲ୍ମକୁ ନେଇ ଯେତେ ଚର୍ଚ୍ଚାରେ ନାହାନ୍ତି ଚର୍ଚ୍ଚାରେ ଅଛନ୍ତି ନିଜ ବିବାହକୁ ନେଇ । ବଲିଉଡ୍‌ କଳାକାର ମଲାଇକା-ଅର୍ଜୁନ, ରଣବୀର-ଆଲିଆ, ଫର୍‌ହାନ୍‌-ଶିବାନୀ ଆଗକୁ ବିବାହ କରିବାକୁ ଥିବାବେଳେ ଏମାନଙ୍କ ଲିଷ୍ଟରେ ସାମିଲ୍‌ ହୋଇ ଯାଇଛନ୍ତି ବରୁନ ଧୱନ ଓ ନତାଶା ଦଲାଲ । କରଣ ଜୋହର୍‌ଙ୍କ ଟକ୍‌୍‌ ଶୋ’ରେ ବରୁନ ନିଜ ବିବାହ ସମ୍ବନ୍ଧରେ ମୁହଁ ଖୋଲିଛନ୍ତି । ବିବାହ ପାଇଁ ବରୁନ ଆଗୁଆ ପ୍ରସ୍ତୁତି ଅରମ୍ଭ କରିସାରିଛନ୍ତି ବୋଲି କୁହାଯାଉଛି । ବରୁନ ପ୍ରେମକା ନତାଶାଙ୍କୁ ବିବାହ କରିବେ । ଦୁହେଁ ଦୀର୍ଘଦିନ ଧରି ଡେଟ୍‌ କରି ଆସୁଛନ୍ତି । ବରୁନ ନତାଶାଙ୍କ ସହ ଓପନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ । ବରୁନଙ୍କୁ କେହି ତାଙ୍କ ରିଲେସନ୍‌ସିପ୍‌ ବିଷୟରେ ପଚାରିଲେ ବରୁନ କେବେ ତାଙ୍କ ଓ ନତାଶାଙ୍କ ରିଲେସନ୍‌ ବିଷୟରେ ଲୁଚାଇ ନାହାନ୍ତି । ବହୁଦିନ ଏକାଠି ରହିବା ପରେ ଏବେ ପରମାନେଣ୍ଟଲି ବରୁନ ଓ ନତାଶା ଏକାଠି ହେବାକୁ ଯାଉଛନ୍ତି ଚଳିତ ବର୍ଷ ଡିସେମ୍ବର ମାସରେ । ବରୁନଙ୍କ ଅଭିନୀତ ଫିଲ୍ମ ‘କଲଙ୍କ’ ଯାହା ଏକ ମଲଫି ଷ୍ଟାରର୍‌ ଫିଲ ଏବେ ରିଲିଜ୍‌ ଅପେକ୍ଷାରେ ଥିବାବେଳେ ବରୁନ ଏବେ ଲଣ୍ଡନରେ ରେମୋ ଡି’ସୋଜାଙ୍କ ଫିଲ୍ମ ‘ଏବିସିଡ଼ି୩’ର ଶୁଂଟିରେ ବ୍ୟସ୍ତ ।

Leave A Reply

Your email address will not be published.